Site icon Awaj Media

ଶୟନରେ ଥାଇ ପାର୍ଶ୍ଵ ପରିବର୍ତ୍ତନ କଲେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜନ୍ମାଷ୍ଟମୀରେ ଧରାବତରଣ କରି ଶୁକ୍ଳ ଅଷ୍ଟମୀ ଠାରୁ ଜଗତର କଲ୍ୟାଣକାରିଣୀ ରାଜ ରାଜେଶ୍ଵରୀ, ଯୋଗମାୟା ମା’ ଭଗବତୀ ଶୟନରେ ଅଛନ୍ତି । ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ମା’ ଙ୍କ ପାର୍ଶ୍ଵ ପରିବର୍ତ୍ତନ। ପ୍ରତ୍ୟୁଷରୁ ଦ୍ଵାର ଫିଟା ହୋଇ ଦୈନିକ ନୀତିକାନ୍ତି ଘଣ୍ଟ କାହାଳି ବାଦନ ହେଉ ଥିବାବେଳେ ସଂଧ୍ୟା ପରେ ମଙ୍ଗଳାର୍ପଣ କରି ମା’ଙ୍କୁ ଚନ୍ଦନ, କର୍ପୁର, ଅଗୁରୁ, ହଳଦୀ, ଅତର ମିଶ୍ରିତ ସୁବାଷିତ ଜଳରେ ସ୍ନାନ କରାଯାଇ ପଞ୍ଚାମୃତ ପରେ ନବବସ୍ତ୍ର ପରିଧାନ କରାଇ ଖଟୁଲିରେ ବସା ଯାଇଥିଲା । ପରିଚ୍ଛା ସାମନ୍ତ ଅଷ୍ଟମୀ ଠାରୁ ସ୍ଥାପିତ ହୋଇଥିବା କୁମ୍ଭ କୁ ପଞ୍ଚାମୃତ କରି ବରୁଣ ଆବାହନ ପରେମା’ଙ୍କୁ ମହାପ୍ରସାଦ ଅର୍ପଣ କରିଥିଲେ । ପରେ ଘଣ୍ଟ କାହାଳୀ ସହ ଆଳତୀ ଅର୍ପଣ କରାଯାଇ ଷୋଡ଼ଶ ଉପଚାରରେ ନୈବେଦ୍ୟ ଅର୍ପଣ ପରେ ମା’ଙ୍କୁ ବନ୍ଦାପନା କରି ଦକ୍ଷିଣ ଦିଗକୁ ମୁଖ କରି ଖଟ ଶେଜରେ ପୁନର୍ବାର ଶୟନ କରାଇ ଆଲଟଚାମର ପଡ଼ିଥିଲା । ପ୍ରକାଶ ଆଉ କି ଅଷ୍ଟମୀରୁ ଶୟନ ଆରମ୍ଭରେ ମା’ ଉତ୍ତରଦିଗକୁ ମୁଖ କରି ଶୟନ କରନ୍ତି । ଏହା ମା’ ଭଗବତୀଙ୍କର ମାନବୀୟ ଲୀଳାର ନିଛକ ପରମ୍ପରା । ଆଶ୍ଵିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଠାରୁ ଦେବୀ ଉତ୍ ଥାପନ ପରେ ଷୋଡଶ ଦିନାତ୍ମକ ଶାରଦୀୟ ପର୍ବ ଅନୁଷ୍ଠିତ ହେବ ।

Exit mobile version