Site icon Awaj Media

ଯଦୁମଣି ସାହିତ୍ୟ କଳା ପରିଷଦ ପକ୍ଷରୁ ଗୁରୁ ପୂଜା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଯଦୁମଣି ସାହିତ୍ୟ କଳା ପରିଷଦ ପକ୍ଷରୁ ଗୁରୁ ପୂଜା ! କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ସ୍ଥିତ “ଯଦୁମଣି ସାହିତ୍ୟ କଳା ପରିଷଦ” ପକ୍ଷରୁ ବେଣ୍ଟକାର ନିବାସୀ ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ଶରତ କୁମାର ଦାସଙ୍କୁ ‘ଶିକ୍ଷକ ସୈାରଭ ସମ୍ମାନ’, ବହଳପଡା ନିବାସୀ ବରିଷ୍ଠ ଶିକ୍ଷକ ନନ୍ଦ କିଶୋର ଜେନାଙ୍କୁ ‘ଶିକ୍ଷକ ଗୌରବ ସମ୍ମାନ’, ବହଳପଡା ନିବାସୀ ବରିଷ୍ଠ ଶିକ୍ଷକ ଗୋଲୋକମଣି ସ୍ୱାଇଁଙ୍କୁ ‘ଶତ୍ରୁଘ୍ନ ନାଥ ସମ୍ମାନ’ ଓ ଡିହସରିଚୁଆଁ ନିବାସୀ ବରିଷ୍ଠ ଶିକ୍ଷକ ସୁଦାମ ଚରଣ ବେହେରାଙ୍କୁ ‘ଶିକ୍ଷକ କଳାକର ସମ୍ମାନ’ରେ ସମ୍ମାନୀତ କରାଯାଇ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ଵର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶରତ କୁମାର ରାୟ, ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ୟାମ ସୁନ୍ଦର ଦାସ, ଉପଦେଷ୍ଠା ଶ୍ୟାମ ସୁନ୍ଦର ପରିଡ଼ା, ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ବୁଲେଇ ବେହେରା ଓ କୃତିବାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version