ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଉ ନାହାନ୍ତି ନୟାଗଡ଼ର ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ର ! ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ସ୍ତବ୍ଧ , ଶୋକଗ୍ରସ୍ତ ! ବ୍ରେନ ଷ୍ଟ୍ରୋକ ରେ ଗୁରୁତର ଅସୁସ୍ଥ ହୋଇ ପ୍ରଥମ ନୟାଗଡ , ପରେ ଏମ୍ସ ଏବଂ ଶେଷରେ କିମସ ରେ ଚିକିତ୍ସିତ ହୋଇ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ନୟାଗଡ ଆୱାଜ ମିଡ଼ିଆ ର ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ! ନୟାଗଡ ପୁରୁଣାସହର ସ୍ଥିତ ତାଙ୍କ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ପରିବେଶ ହୋଇଥିଲା ଶୋକାକୁଳ ! ଆତ୍ମୀୟ ସ୍ୱଜନ , ପରିବାର ବର୍ଗ , ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ଯାତ୍ରାରେ ସାମିଲ ହୋଇ ଦିବଂଗତ ସାମ୍ବାଦିକ କିଶୋର ମହାପାତ୍ରଙ୍କୁ ଜଣାଇଛନ୍ତି ଶେଷ ପ୍ରଣାମ !
ଅନ୍ତିମ ଯାତ୍ରାରେ ସାମ୍ବାଦିକ କିଶୋର ମହାପାତ୍ର !!!

