Site icon Awaj Media

ମାଟି ଅତଡା ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମାଟି ଅତଡା ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଂଚଳର ଧଉରାଖମଣ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦା ରୁ ହାଣ୍ଡିଗୋଡା ଯାଇଥିବା ପାଇପ ଲାଇନ ବିଛା ଯାଇଥିବା ବେଳେ ଶନିବାର ରାତି ୮ଟା ବେଳେ ଧଉରାଖମଣ ନିକଟରେ ପାଇପର ଲିକେଜ ମରାମତି କାର୍ଯ୍ୟ ଚାଲିଥିଲା । ଏହି ସମୟରେ କୋଶଳା ଗ୍ରାମର ସନୁ ରାଉଳ ୫ ଫୁଟର ଗାତ ଭିତରେ ପଶି କାର୍ଯ୍ୟ କରୁଥିବା ବେଳେ ପାର୍ଶ୍ବରେ ଗଦା ହୋଇଥିବା ମାଟି ଅତଡା ଖସି ପଡିବାରୁ ଗାତରେ ପୋତି ହୋଇ ଯାଇଥିଲେ । ଦୀର୍ଘ ୧ ଘଣ୍ଟା ପରିଶ୍ରମ ପରେ ଗାତରୁ ସନୁଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀର ସୁରକ୍ଷା ଅବହେଳାରୁ ସନୁ ଙ୍କର ମୃତ୍ୟ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଆଜି ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ କ୍ଷତିପୂରଣ ଦାବି କରିଛନ୍ତି ।

Exit mobile version