Site icon Awaj Media

ଭାପୁର ପ୍ରେସ୍ କ୍ଲବ ପକ୍ଷରୁ ସାମ୍ବାଦିକ କିଶୋର ମହାପାତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ !!!

Spread the love

ଭାପୁର ( ଆୱାଜ ମିଡିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଡିଜିଟାଲ୍ ମିଡିଆ ୟୁନିୟନର ସମ୍ପାଦକ ତଥା ଆୱାଜ ମିଡିଆର ନୟାଗଡ ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ବ୍ରେନ ଷ୍ଟୋକ୍ ରେ ଇହଲୀଳା ତ୍ଯାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । କିଶୋର ମହାପାତ୍ରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ଭାପୁର ପ୍ରେସ୍ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ଭାପୁର ଡାକବଙ୍ଗଳାରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କ୍ଯାଣ୍ଡେଲ ଜାଳିବା ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଭାପୁର ପ୍ରେସ୍ କ୍ଲବର ସଭାପତି ରଞ୍ଜନ ମହାପାତ୍ର, ଉପସଭାପତି ଜୟକୃଷ୍ଣ ବାରିକ, ସଂପାଦକ ଶିଶିର ସାହୁ, ସହ ସଂପାଦକ ସୁଶାନ୍ତ କୁମାର ପଟ୍ଟନାୟକ, ଯୁଗ୍ମ ସଂପାଦକ ରମେଶ ଚନ୍ଦ୍ର ବରାଡ, ଉପଦେଷ୍ଟା ବିରଞ୍ଚି କୁମାର ନାୟକ, ସଦସ୍ୟ କୁଳମଣି ମଲ୍ଲିକ, ପ୍ରଭାତ କୁମାର ରାଉତ, ପଦ୍ମନାଭ ମିଶ୍ର, ଜ୍ଯୋତି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । କିଶୋର ମହାପାତ୍ର ଜଣେ ନିର୍ଭୀକ ସାମ୍ବାଦିକ ,ପରୋପକାରୀ , ମିଷ୍ଠଭାସି, କର୍ତ୍ତବ୍ୟ ପରାୟଣ ବ୍ଯକ୍ତି ଭାବେ ନୟାଗଡ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Exit mobile version