Site icon Awaj Media

ମା’ ସନ୍ତୋଷ ପାଲବନ୍ଧା ଶ୍ରମଜୀବି ସଂଘର ବୈଠକ : ଆନ୍ଦୋଳନ ପାଇଁ ସଜବାଜ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗୀ ସ୍ଥିତ ଋଟୁଭୂଇଁ ଶିବ ମନ୍ଦିର ଠାରେ ରବିବାର ମା ‘ ସନ୍ତୋଷି ପାଲବନ୍ଧା ଶ୍ରମଜୀବି ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ଦୁଇଟାରେ ସଂଘ ସଭାପତି ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ଖୋଲାମୁହଁ କୋଇଲା ଖଣି ପାଲ ବନ୍ଧା କାର୍ଯ୍ୟରେ ସ୍ଥାନୀୟ କ୍ଷତିଗ୍ରସ୍ତ ବେକାରୀ ଯୁବକଙ୍କୁ ନିୟୋଜିତ କରିବା ନିମନ୍ତେ ଖଣି ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯଦି ଖଣି କର୍ତ୍ତୃପକ୍ଷ ଏହି ଦାବୀକୁ ଅଣଦେଖା କରନ୍ତି ତାହାହେଲେ ଖଣି ବନ୍ଦ ଆନ୍ଦୋଳନ କରାଯିବା ନେଇ ଆଲୋଚନା ହୋଇଥିଲା । ସରକାର ଙ୍କ ନିୟମ ମୁତାବକ ମା ସନ୍ତୋଷୀ ଶ୍ରମଜିବୀ ପାଲବନ୍ଧା ସଂଘ ପଞ୍ଜିକୃତ ହୋଇଥିବା ବେଳେ ଖଣି କର୍ତ୍ତୃପକ୍ଷ ଅଣଦେଖା କରି ଆସୁଛନ୍ତି । ଏଣୁ ସମସ୍ତେ ଏକଜୁଟ ହୋଇ ନିଜ ବ୍ୟକ୍ତିଗତ ସ୍ୱାର୍ଥରୁ ଉପରେ ରହି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ । ଏନେଇ ସଂଘର ସମ୍ପାଦକ ବିଜୟ କୁମାର ବେହେରା ସମସ୍ତ ସଦସ୍ୟଙ୍କୁ ନେଇ ଶୈବ ପିଠରେ ଏକ ଶପଥ ପାଠ କରାଇଥିଲେ । ଖଣିରୁ ଲୋକାଲ ସେଲରେ ନିତି ଶତାଧିକ ଟ୍ରକ ଯାଉଥିବା ବେଳେ ପାଲବନ୍ଧାରେ ସଂଘ ପ୍ରତି ଚରମ ଅବହେଳା କରାଯାଉଛି । ଖଣି କର୍ତ୍ତୃପକ୍ଷ ଙ୍କ ଏଭଳି ମାନସିକତା ତଥା ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ଆବଶ୍ୟକ ପଡ଼ିଲେ ଲୋକାଲ ସେଲକୁ ବନ୍ଦ କରାଯିବ ବୋଲି ସମ୍ପାଦକ ଶ୍ରୀ ବେହେରା ବୈଠକରେ ଚେତାଇ ଦେଇଥିଲେ । ଉପଦେଷ୍ଟା ପ୍ରଶାନ୍ତ କୁମାର ନାଏକ, କୋଡିନେଟର ନିରଞ୍ଜନ ନାଏକ, ଉପ ସଭାପତି ବିଜୟ କୁମାର ନାଏକ, ବନମାଳୀ ମହାନ୍ତି, ମନୋରଞ୍ଜନ ପରିଡ଼ା, ବ୍ରଜବନ୍ଧୁ ଭୂତିଆ, ମୁନା ବେହେରା, ବିକ୍ରମ ବେହେରା, ମନୋଜ ନାଏକ, ମନ୍ତ୍ରୀ ନାଏକ, ପପୁନୁ ବେହେରା, ଅଶୋକ ବେହେରା, ଗିରିଶ ନାଏକ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Exit mobile version