କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବହୁ ପ୍ରତୀକ୍ଷିତ ଚାନ୍ଦୋଳ ବଜାର ବସଷ୍ଟାଣ୍ଡ ନିକଟରୁ ଜବରଦଖଲ ହଟିଛି । କେନ୍ଦ୍ରାପଡା ଜିଲ୍ଲାର ମୁଖ୍ଯ ଦ୍ବାର ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ବଜାର କୁହା ଯାଉଥିବା ଚାନ୍ଦୋଳ ବଜାର ଦୀର୍ଘ ଦିନ ହେବ ଅବହେଳିତ ହୋଇ ପଡିଥିଲା । ଲୋକଙ୍କ ଆବଶ୍ୟକତା କୁ ଆଖି ଆଗରେ ରଖି ବଜାର କମିଟି ପକ୍ଷରୁ ଶୌଚାଳୟ , ବସ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର ଓ ଆଲୋକୀକରଣ ଇତ୍ୟାଦିର ଏକ ଯୋଜନା ପ୍ରସ୍ତୁତ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ସରକାରୀ ଜାଗା କିଛି ଦୋକାନୀ ଜବରଦଖଲ କରି ରଖିଥିବାରୁ ଉନ୍ନତିମୂଳକ କାମରେ ବାଧା ଉପୁଜୁଥିବା ଉପଲବ୍ଧି କରି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ପ୍ରାଶାସନିକ ଅଧିକାରୀ ମାନେ ଚାନ୍ଦୋଳ ବଜାର ପରିଦର୍ଶନ କରି ଜବରଦଖଲ ଉଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଜାର କମିଟିର ପ୍ରସ୍ତାବ ରେ ବାଜିଥିଲା ପ୍ରାଶାସନିକ ମୋହର । ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି । ବିସ୍ଥାପିତ କିଛି ବ୍ୟବସାୟୀଙ୍କୁ ବଜାର କମିଟି ମାଧ୍ୟମରେ ଆରଏମସି ଘର ପ୍ରଦାନ କରାଯାଇଛି । ସେପଟେ ଖରିଦାସାହି ଠାରୁ କାକତିଆ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ବିଧାୟକ ପାଣ୍ଠି ରୁ 40 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ । ବିଦ୍ୟୁତ ବିଲ ପୈଠ ଓ ମରାମତି ନେଇ ବଜାର କମିଟି ଓ ପଞ୍ଚାୟତ ଉଭୟଙ୍କ ସହଭାଗିତାରେ ଆରମ୍ଭ ହୋଇଯାଇଛି ଆଲୋକୀକରଣ କାମ । ସାପ୍ତାହିକ ହାଟ ର ଉନ୍ନତିକରଣ ପାଇଁ ଭେଣ୍ଡିଂ ଜୋନ ପାଇଁ ମଧ୍ଯ ଜାଗା ଚିହ୍ନଟ ସରିଛି , ଖୁବ ଶୀଘ୍ର ଆରମ୍ଭ ହେବ କାର୍ଯ୍ୟ । ଆସନ୍ତା ଲକ୍ଷ୍ମୀପୂଜା ପୁର୍ବରୁ ବଜାରକୁ ନବ କଳେବର କରିବାର ଲକ୍ଷ ରହିଥିବା ନେଇ କହିଛନ୍ତି ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି । କମିଟିର କର୍ମକର୍ତ୍ତାଙ୍କ ମଧରେ ଉପ ସଭାପତି ଲଲାଟେନ୍ଦୁ ନାୟକ, ସଂପାଦକ ପ୍ରଶାନ୍ତ ସାହୁ, ସହ ସଂପାଦକ ମିହିର ସାମଲ, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ, ଦେବାଶିଷ ବେହେରା ଙ୍କ ସହ ଉପଦେଷ୍ଟା ଓ କୋର ଟିମ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କମିଟିର ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ଆଇନଶୃଙ୍ଖଳା କୁ ଆଖି ଆଗରେ ରଖି ଜବରଦଖଲ ଉଛେଦ ସମୟରେ ଏସଡିପିଓ ଜୟନ୍ତ ମହାପାତ୍ର, ସଦରଥାନା ଅଧିକାରୀ ପବିତ୍ର ମହାରଣା, ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଟଁଜିଲା । ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ତଥା ଡେରାବିଶ ତହସିଲଦାର ନମିତା ବାରିକ, ଅତିରିକ୍ତ ତହସିଲଦାର ସୁଜିତ ସ୍ବାଇଁ, କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ପ୍ରଦିପ୍ତ କୁମାର ସେଠୀ ଓ ଆରଆଇ ମାନେ ଉପସ୍ଥିତ ରହି ଉଛେଦ କାର୍ଯ୍ୟ ତଦାରଖ କରିଛନ୍ତି ।

