Site icon Awaj Media

ବାଲୁଗାଁ ଚିଲିକା କୂଳରେ ରାଜ ଦଳ ଯୋଗୁଁ ଡ଼ଙ୍ଗା ଚଳାଚଳ ବନ୍ଦ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲୁଗାଁ ଚିଲିକା କୂଳ ମାନଙ୍କରେ ଦେଖା ଯାଇଛି ରାଜ ଦଳ । ନଈ ନାଳରେ ବର୍ଷା ପାଣି କୂଳ ଲଙ୍ଘିବା ସହ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । ଯାହାଫଳରେ ନଈ ନାଳରେ ଥିବା ରାଜଦଳ ସବୁ ଭାସି ଆସି ଚିଲିକା ମଧ୍ୟରେ ପ୍ରବେଶ କରୁଛି । ଚିଲିକା ମଧ୍ୟରେ ରାଜଦଳ ବ୍ୟାପିଯିବା ଫଳରେ ଯାତ୍ରୀବାହୀ ଏବଂ ମସ୍ୟଜୀବି ଡଙ୍ଗା ସମତେ ସରକାରୀ ଲଞ୍ଚ ଗୁଡ଼ିକ ଏହା ଭିତରେ ଫସି ରହିଛି । ଯାହା ଦ୍ଵାରା ଡଙ୍ଗା ଚଳାଚଳ ନେଇ ମସ୍ୟଜୀବି ଏବଂ ଯାତ୍ରୀବାହୀ ଡ଼ଙ୍ଗା ଚାଳକ ମାନେ ଘୋର ଅସୁବିଧାରେ ସମୁଖୀନ ହେଉଛନ୍ତି । ଦୂରଦୂରାନ୍ତରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ନିରାଶରେ ଫେରୁଥିବାର ଦେଖିବାକୁ ମିଳିଛି । ଏପରିକି ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଶହ ଶହ ମସ୍ୟଜୀବି ପରିବାର ଦୈନନ୍ଦିନ ଚିଲିକା ଉପରେ ନିର୍ଭର କରୁଥିବା ଲୋକେ ନିଜର ବେଉସା ପାଇଁ ଦୁର୍ଦ୍ଦିନରେ ଗତି କରୁଥିବା ଦେଖିବାକୁ ମିଳିଛି । ଯଥସମ୍ଭବ ଚିଲିକାରୁ ରାଜ ଦଳ ସଫା କରିବା ପାଇଁ ମସ୍ୟଜୀବି ସମେତ ବିଭିନ୍ନ ସଂଘ ତରଫରୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

Exit mobile version