କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଗୋଟିଏ ପଟେ ପ୍ରଶାସନ ଗୋହତ୍ୟା ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ , ଅନୁଗୋଳ ଜିଲ୍ଲାରେ ତାହାର ବିପର୍ଯ୍ୟୟ ଦେଖିବକୁ ମିଳିଛି । ଏଠି କମ୍ପାନୀ ମାନଙ୍କୁ ଅନୁମତି ଦେଇ ପାଉଁଶ ଗଦା କରି ଗାଇ ଗୋରୁ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆ ଯାଉଛି । ସ୍ୱାର୍ଥପର ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଲୋପ ପାଉଛି ଗୋମାତା । ସ୍ବାର୍ଥରେ ଅନ୍ଧ ହୋଇ ଆଗ ପଛ ବିଚାର ନକରି ରାସ୍ତା କଡ଼ରେ ହେଉ ବା ଖୋଲା ପଡ଼ିଆରେ ହେଉ ସବୁଠି ପାଉଁଶ ଢିପ ବା ପାଉଁଶ ଫିଲିଙ୍ଗ୍ କରିବା ପାଇଁ କମ୍ପାନୀ ମାନଙ୍କୁ ଅନୁମତି ଦେଉଛି ପ୍ରଶାସନ । ଆଉ ଖାଦ୍ୟ ଅନ୍ୱେଷଣ କରିବା ପାଇଁ ଯାଇ ସେହି ପାଉଁଶରେ ଫସି ରହି ଗାଇ ଗୋରୁ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି , ତ କିଛି ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଅନୁଗୋଳ ଜିଲ୍ଲା ଡେରଙ୍ଗ ସ୍ଥିତ ଜେଆଇଟିପିଏଲ୍ (Jitpl) କମ୍ପାନୀ କିଛି ଦିନ ତଳେ ଏହି ପାଉଁଶ ବିଛାଇଥିଲା । ଆଉ ସେହି ପାଉଁଶରେ ପଡ଼ି ଗାଇଟି କିଭଳି ଛଟ ପଟ ହେଉଛି ଆପଣ ମାନେ ଦେଖି ପାରୁଥିବେ । ଏହି ଘଟଣା ଘଟିଛି ଗୋଡିବନ୍ଧ ଛକଠାରୁ ମାତ୍ର ୨୦୦ ମିଟର ଦୁରରେ । ରାସ୍ତାରେ ଯାଉଥିବା ଜଣେ ସହୃଦୟ ବ୍ୟକ୍ତି ଗାଈର ଏପରି ଅବସ୍ଥା ଦେଖି ତାଳଚେର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଏବଂ ତାଳଚେର ଅଗ୍ନିଶମ କର୍ମଚାରୀ ମାନେ ଗାଇଟିକୁ ଉଦ୍ଧାର କରିଥିଲେ । ବଡ଼ ଦୁଃଖର ବିଷୟ ହେଉଛି ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ନଦେଇ କିଭଳି ଏଠି ସେଠି ପାଉଁଶ ଗଦାଇବା ପାଇଁ ଅନୁମତି ଦିଆଯାଉଛି । ଯଦି ପାଉଁଶ ଗଦା ଉପରେ ମାଟି ବିଛା ହୋଇଥାନ୍ତା ତାହା ହେଲେ ଗାଇ ଗୋରୁ ମାନଙ୍କ ଜୀବନ ବଞ୍ଚିବା ସହିତ ପ୍ରଦୂଷଣ ଜନିତ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ।
ପାଉଁଶ ପୋଖରୀ ପାଲଟିଛି ଜୀବଜନ୍ତୁଙ୍କ ପାଇଁ ମୃତ୍ୟୁ ଯନ୍ତା !!!

