Site icon Awaj Media

ନବ ନିର୍ମାଣ କୃଷକ ସଙ୍ଗଠନ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିକଟସ୍ଥ ମା ଵରମୂଳେଇ ମନ୍ଦିର ପରିସରରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନରେ ଅଂଶ ଗ୍ରହଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏ ନେଇ ସମାଜସେବୀ ନବ କିଶୋର ବିଧାରଙ୍କ ପୌରୋହିତ୍ୟରେ ଆୟୋଜିତ ସମାବେଶରେ ରାଜ୍ୟ ସଂଯୋଜଜ ଶେଷଦେଵ ନନ୍ଦ, ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ ରାଜ୍ୟ ସଂଯୋଜକ ଡ଼ଃ ମନୋହର ଅଲ୍ଲୀ, ଜିଲ୍ଲା ସଂଯୋଜକ ସୁରେଶ କୁମାର ମାନସିଂହ, ବ୍ଲକ ସଂଯୋଜକ ମଦନ ମୋହନ ସାହୁ, ବୋଲଗଡ଼ ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ ଓ ସହ ସଂଯୋଜକ କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଚାଷୀକୁ ପେନସନ, ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ସଙ୍ଗଠନର ଦାବୀ ଦୋହରାଇଥିଲେ । ରାଜ୍ୟ ସରକାର ବିରୁଦ୍ଧରେ ନବ ନିର୍ମାଣ କୃଷକ ସଙ୍ଗଠନ ଅକ୍ଟୋବର ୧୪ ତାରିଖ ଦିନ ଭୁବନେଶ୍ୱର ଯିବା ପାଇଁ ଚାଷୀଙ୍କୁ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ଅନୁରୋଧ କରିଛନ୍ତି ।

Exit mobile version