Site icon Awaj Media

ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକରେ ବ୍ରହ୍ମପୁର ମାନ୍ୟବର ସାଂସଦ ,ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି। ସାଂସଦ ଶ୍ରୀ ସାହୁ ବକ୍ତବ୍ୟରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଜନସାଧରଣଙ୍କୁ ଘରେ ଘରେ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଜନସାଧରଣଙ୍କୁ ଠିକ ସମୟରେ ଠିକ ଭାବେ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । ଆଜିର ଏହି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ବୈଠକରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ତଥା ରୋଗୀ କଲ୍ୟାଣ ସମିତି, ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ , ଆୟୁଷମାନ ଭାରତ,ଯକ୍ଷ୍ମା ନିୟନ୍ତ୍ରଣ, ନେତ୍ର ଜ୍ୟୋତି, ଜିଲ୍ଲା କୋର କମିଟି, ଜିଲ୍ଲା ପରାମର୍ଶ ଦାତା କମିଟି ,ଖାଦ୍ୟ ସୁରକ୍ଷା ,ଶିଶୁ ମୃତ୍ୟୁହାର ଓ ମାତୃ ମତ୍ୟୁହାର ପ୍ରଭୁତି ଯୋଜନା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରାଯାଇଛି । ଏହି ସ୍ୱାସ୍ଥ୍ୟ ସମିତି ପରିଚାଳନାର ବୈଠକରେ ଗଜପତି ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଆଦର୍ଶ ଦାସ, ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରମାଞ୍ଚଳ ଖମାରୀ, ଉପଜିଲ୍ଲାପଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ ପାତ୍ର , ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଅଧିକାରିଣୀ ସୌମ୍ୟାରାଣୀ ଗୌଡ଼, ଡା.ପ୍ରଦୀପ କୁମାର ପଣ୍ଡା ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ ସହାୟକ ପରିଚାଳକ ପ୍ରମୁଖ ଉପସ୍ଥିତଥିଲେ ଏବଂ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version