Site icon Awaj Media

କାରଖାନା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ତଥା ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନ ଶୁଣାଣି !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ଠାରେ ଇଫକୋ ପକ୍ଷରୁ ନାନୋ ୟୁରିଆ ଫର୍ଟିଲାଇଜର କାରଖାନା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ତଥା ପରିବେଶ ପ୍ରଭାବ ସମ୍ବନ୍ଧୀୟ ସର୍ବ ସାଧାରଣରେ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ପ୍ଲାଣ୍ଟ ନିର୍ମାଣ ହେଲେ ଏଠାରୁ ସାର ପରିବର୍ତ୍ତେ ତରଳ ସାର ଉତ୍ପାଦନ ହେବ । ଯାହା ଆଉ ଚେର ମାଧ୍ୟମରେ ନୁହେଁ ପତ୍ରରେ ଶିଞ୍ଚନ କରାଯାଇ ଭଲ ଫସଲ ଉତ୍ପାଦନ ହେବ । ଇଫକୋ କରିବ ନାନୋ ୟୁରିଆ ଫର୍ଟିଲାଇଜର ପ୍ଲାଣ୍ଟ । ଏଥି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କାରଖାନା ନିର୍ମାଣ ପୂର୍ବରୁ ପରିବେଶ ମଞ୍ଜୁରୀ ତଥା ପରିବେଶ ପ୍ରଭାବ ସମ୍ପର୍କରେ ସର୍ବ ସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଛି । 10 ଏକର ଜମିରେ 200 କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ଏଠାରେ ନାନୋ ପ୍ଲାଣ୍ଟ ନିର୍ମାଣ ହେବା ସହ 200ରୁ ଉର୍ଦ୍ଧ ଲୋକ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ପାଇବେ । ଏହି ତରଳ ସାର ପ୍ରୟୋଗ ଦ୍ୱାରା ବାୟୁ ଓ ମୂର୍ତ୍ତିକା ର କୌଣସି ପ୍ରଦୂଷଣ ନହେବା ସହ ଅଧିକ ଫସଲ ଉତ୍ପାଦନ ହୋଇ ପାରିବ । ଏଥି ସହିତ ପରିବହନ ଖର୍ଚ୍ଚ ମଧ୍ୟ କମ ପଡିବା ସହିତ କମ ମୂଲ୍ୟରେ ମଧ୍ୟ ଚାଷୀଙ୍କୁ ମିଳି ପାରିବ ବୋଲି ଇଫକୋ ପକ୍ଷରୁ କୁହାଯାଇଛି ।

Exit mobile version