Site icon Awaj Media

ଇଂଜିନିୟର ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଶ୍ୱନାଥ କନଫେରାନ୍ସ ହଲ ଠାରେ ଇଂଜିନିୟର ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ସୁଦୀପ୍ତ ପଡ଼ିହାରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଇଂଜିନିୟର ନାଗେଶ୍ୱର ସେନାପତି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୁମ୍ମା ବ୍ଳକ ର ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଦିବସରେ ଜଳ ସେଚନ ବିଭାଗର ଏସଇ ସଞ୍ଜୟ କୁମାର ରଥ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂଜିନିୟର ଜ୍ୟୋତିରାଜ୍ ଅଧିକାରୀ ଜିଲ୍ଲା ପରିଷଦ, ଡେପୁଟି କଲେକ୍ଟର ଗଜପତି ନଟବର ଗରଡ଼ ପ୍ରମୁଖ ମଞ୍ଚାସିନ ଥିଲେ । ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ନାଗେଶ୍ୱର ସେନାପତି ଇଂଜିନିୟର ଦିବସ ଉପରେ ନିଜର ବକ୍ତବ୍ୟ ରଖିବା ସହ ଗଜପତି ଜିଲ୍ଲାରେ ଡିପ୍ଲୋମା ଇଂଜିନିୟର ସଂଘର ସମସ୍ୟା କିପରି ସମାଧାନ, ନିଜର ସମସ୍ୟା ସରକାରଙ୍କ ନିକଟରେ କିପରି ଉପସ୍ଥାପନ କରିବା ସହ ତାହାର କିପରି ସମାଧାନ ହୋଇ ପାରିବ, ସଂଘର ଉନ୍ନତି ସଂଘର ସଦସ୍ୟ ମାନଙ୍କର ସମସ୍ୟାର ସମାଧାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ଇଂଜିନିୟର ମାନେ ଇଂଜିନିୟର ରାଧାକାନ୍ତ ସାବତ ଓ ଇଂଜିନିୟର ଶିବ ପ୍ରସାଦ ପାଳ ଇଂଜିନିୟର ଦିବସ ଉପରେ ନିଜର ମତ ରଖିଥିଲେ । ପରେ ରାମକୋ ସିମେଣ୍ଟ ର ପ୍ରତିନିଧି ମାନେ ରାମକୋ ସିମେଣ୍ଟର ଗୁଣାତ୍ମକ ମାନ ବିଷୟରେ ଜଣାଇଥିଲେ । ପରିଶେଷରେ ଇଂଜିନିୟର କେ ଡି ଏନ ସାହୁ ଡିପ୍ଲୋମା ଇଂଜିନିୟରର ସମ୍ପାଦକ ଓ ରାମକୋ ସିମେଣ୍ଟ ର ସମ୍ପାଦକ ଇଂଜିନିୟର କୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଇଂଜିନିୟର ଦିବସ ଡିପ୍ଲୋମା ଇଂଜିନିୟର ସଙ୍ଘ ଓ ରାମକୋ ସିମେଣ୍ଟ ଲିମିଟେଡ଼ ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଳକର ଇଂଜିନିୟର ବିଭିନ୍ନ ବିଭାଗର ଇଂଜିନିୟର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Exit mobile version