Site icon Awaj Media

ପୋଖରୀରେ ବୁଡି ଚାଲିଗଲା ନିଷ୍ପାପ ଶିଶୁର ଜୀବନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନାଭାଲ ଫାଣ୍ଡି ଅନ୍ତର୍ଗତ ନୁଆଁଗଡ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ! ପୋଖରୀରେ ବୁଡି ଅଢେଇ ବର୍ଷ ଝିଅର ମୃତ୍ୟୁ । ସୂଚନା ମୁତାବକ ନୁଆଁଗଡ ଗ୍ରାମର ସୁରେଶ ପଲେଇ ଙ୍କ ଝିଅ ଶୁଭାଶିଂ ପଲେଇ ଅପରାହ୍ନରେ ନିଜ ଘର ପାଖରେ ଖେଳୁଥିବା ସମୟରେ କୌଣସି କାରଣବଶତଃ ଘର ଆଗରେ ଥିବା ପୋଖରୀରେ ପଡି ଯାଇଥିଲେ । ପରିବାର ଲୋକ ଝିଅ କୁ ବହୁ ଖୋଜା ଖୋଜି ପରେ ଝିଅଟି ତାଙ୍କର ପୋଖରୀରେ ବୁଡି ଯାଇଛି ବୋଲି ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଝିଅକୁ ପୋଖରୀରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Exit mobile version