କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଶ୍ଚିମ ବାଙ୍କୀ ବାଣିଜ୍ୟ ର ସ୍ଥାନ କଳାପଥର ବଜାର ପବିତ୍ର ବିଶ୍ବକର୍ମା ପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ।ବିଭିନ୍ନ ଗାଡି ସୋରୁମ୍ ଓ ଛୋଟ ଶିଳ୍ପ ଉଦ୍ୟୋଗ ଗୁଡିକରେ ବହୁ ଆଡମ୍ବର ସହକାରେ ବିଶ୍ବକର୍ମା ପୂଜା ପାଳନ କରାଯାଇଛି । ଓଡିଶା ଡ୍ରାଇଭର ମହାସଂଘ, କଳାପଥର ଶାଖା ତରଫରୁ କପିଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଆୟୋଜିତ ହୋଇଥିଲା । ବର୍ଷାର ଅନୁକୂଳ ବାତାବରଣ ସତ୍ତ୍ବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମଧୁଆପଲ୍ଲୀ ରଜଯାତ୍ରା ପଡିଆରେ ସେପ୍ଟେମ୍ବର ୧୭ ତାରିଖରୁ ୨୧ ତାରିଖ , ୫ ଦିନ ପାଇଁ ଯାତ୍ରା ମଉଡମଣି ଶିବାନୀ ଗଣନାଟ୍ୟ ମଧ୍ୟ ଯାତ୍ରା ପରିବେଷଣ କରୁଅଛି । କଳାପ୍ରିୟ କଳାପଥରକୁ ବିଶ୍ବକର୍ମାର ପର୍ବ ଉଭୟ ସାଂସ୍କୃତିକ ଓ ଯାତ୍ରାପ୍ରେମୀଙ୍କୁ ବହୁତ ଉତ୍ସାହିତ କରିଛି ।
ବିଶ୍ବକର୍ମା ପୂଜା ପାଇଁ କଳାପଥର ବଜାର ଉତ୍ସବମୁଖର !!!

