Site icon Awaj Media

ବାଲୁଗାଁ ଅଞ୍ଚଳରେ ମହା ଆଡମ୍ବରରେ ଅନୁଷ୍ଠିତ ହେଉଛି ଶ୍ରୀ ବିଶ୍ୱକର୍ମା ପୂଜା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହେବା ସହ ପବିତ୍ର ବିଶ୍ବକର୍ମା ପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ବାଲୁଗାଁ ସହର ! ଦୀର୍ଘ ଦୁଇ ବର୍ଷର ହେବ ସରକାରଙ୍କ କୋଭିଡ କଟକଣା ଯୋଗୁଁ ସମସ୍ତ ପୂଜା ମଣ୍ଡପରେ ପୂଜାବିଧି ବନ୍ଦ ଥିଲା ! କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ବହୁ ଆଡମ୍ବର ସହକାରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏକ ନମ୍ବର ଜୋନ ଇଲେକ୍ଟ୍ରି ଅଫିସ, ଅଟୋ ଆସୋସିଏସନ ଓ ରାଜ ମିସ୍ତ୍ରୀ ଆସୋସିଏସନ ଏହି ଭଳି ସମସ୍ତ ଛୋଟ ବଡ ପୂଜା ମଣ୍ଡପରେ ଖୁବ ଧୁମଧାମ ସହକାରେ ପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ବାଲୁଗାଁ ସହରର ସମସ୍ତ ପୂଜା ମଣ୍ଡପରେ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକର୍ମ ଯଥା ମେଲୋଡି, ବାଦୀପାଲା, ରାମ ନାଟକ, ତ୍ରିନ୍ନାଥ ମେଳା ଆଦି ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନଙ୍କର ସୁଅ ଛୁଟୁଛି ।

Exit mobile version