Site icon Awaj Media

ସ୍କୁଲ ପାଚେରୀ ଭୁଶୁଡି ଚାରି ଗାଈ ଓ ତିନୋଟି ମେଣ୍ଢା ଙ୍କ ମୃତ୍ୟୁ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସ୍କୁଲ ପାଚେରୀ ଭୁଶୁଡି ଚାରି ଗାଈ ଓ ତିନୋଟି ମେଣ୍ଢା ଙ୍କ ମୃତ୍ୟୁ ! ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ରହିଛି ଜାରି ! ଲଗାଣ ବର୍ଷା ର ପ୍ରଭାବ ରେ ଭୁସୁଡ଼ିଲା ରୂପାନ୍ତିକରଣ ଫାଇଭ ଟି ବାଙ୍କୀ ବୈଦେଶ୍ଵର ହାଇସ୍କୁଲର ସ୍ମାଟ ପାଚେରୀ ! ଖବର ପାଇ ଘଟଣା ସ୍ଥଳରେ କଳାପଥର ଦମକଳ ବାହିନୀ ପହଁଛି ଉଦ୍ଧାର କାର୍ଯ୍ୟ ରଖିଛି ଜାରି ! ସେପଟେ ଫାଇଭ ଟି ଯୋଜନାରେ ନିର୍ମିତ୍ତ ପାଚେରୀ ଭୁଷୁଡ଼ିବା ଘଟଣା କୁ ନେଇ ନିର୍ମାଣ କାମ ନିମ୍ନ ମାନର କରାଯାଇଥିବା ସାଧାରଣ ଚର୍ଚ୍ଚା ଜୋର ଧରିଛି ! ଯଦି ପାଚେରୀ ନିର୍ମାଣ ବେଳେ ଢ଼ଳେଇ ପିଲର କରାଯାଇଥାନ୍ତା , ତେବେ ଏଭଳି କିଛି ସମୟ ବର୍ଷା ର ପ୍ରଭାବ ରେ ପାଚେରୀ ଭୁଶୁଡି ଧନଜୀବନ ନଷ୍ଟ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳି ନ ଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି !

Exit mobile version