ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗ୍ରାମାଞ୍ଚଳ ଜନସାଧାରଣ ସାଧାରଣତଃ ଗରୀବ ଶ୍ରେଣୀର ହୋଇଥିବା ରୁ ନିଜ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଅର୍ଥ ଖର୍ଚ୍ଚ କରିବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ହୋଇ ପଡିଥାଏ । ଗରିବ ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସମସ୍ୟା କୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶୁକରପଡା ପଞ୍ଚାୟତ ହଳଧରପୁର ଠାରେ ଥିବା ଅଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ଏକ ଦିବସୀୟ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଅଲ୍ଲୀ ପବ୍ଲିକ ସ୍କୁଲ ର ସମ୍ପାଦକ ସେକ୍ ଖଇରୁଦ୍ଦିନ୍ ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ଏହି ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ହୋଇଥିବା ରୁ ଏହି ଶିବିରରେ ୪୦୦ ରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସି ନିଜ ନିଜର ସ୍ଵାସ୍ଥ୍ୟ ଗତ ସମସ୍ୟା ଉପରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମାଗଣାରେ ବିଭିନ୍ନ ପ୍ରକାରର ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିର ରେ ଅଭିଜ୍ଞ ଡାକ୍ତର ନିରାକାର ତ୍ରିପାଠୀ ଏବଂ ଡାକ୍ତର ପି଼.କେ ବିଶ୍ବାଳ ଯୋଗ ଦେଇ ଆସିଥିବା ଗୋଗୀ ମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ ସ୍ଵାସ୍ଥ୍ୟ ପରିକ୍ଷା କରିଥିଲେ । ଆୟୋଜିତ ଶିବିର ରେ CPC ଡାଇଗୋନଷ୍ଟିକ ଭୁବନେଶ୍ୱର ପକ୍ଷରୁ ଆସିଥିବା ରୋଗୀ ମାନଙ୍କର ସମ୍ପୁର୍ଣ୍ଣ ମାଗଣା ରକ୍ତ ପରୀକ୍ଷା କରାଯାଇଥିଲା । ଅଲ୍ଲୀ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ନାୟକ, ସେକ୍ ଅଫସର ଅଲ୍ଲୀ, ମିର୍ଜା ମୋତାହିର୍ ବେଗ୍, ମୋତିହୁର୍ ରହିମନ୍, କୁର୍ବାନ ଖାଁ , ବିଶ୍ଵଜିତ ପାତ୍ର, ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।
ଅଲ୍ଲୀ ପବ୍ଲିକ ସ୍କୁଲରେ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ !!!

