Site icon Awaj Media

ରାସ୍ତାରେ ଭାସୁଛି ଅପରିଷ୍କାର ଜଳ : ନିଦ୍ରାରେ ଶୋଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୀର୍ଘ ଦିନ ହେଲା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ । ରାସ୍ତା ପ୍ରଶସ୍ତିକରଣ ଓ ଜବର ଦଖଲ ଉଛେଦ ନାମରେ ଦୀର୍ଘ ଦିନ ହେଲା ନା ରାସ୍ତା କାମ ପରିସମାପ୍ତି ହେଉଛି ନା ଡ୍ରେନେଜ ବ୍ୟବସ୍ଥା ସୁଗମ ହେଉଛି । ସହରର ସ୍ୱଚ୍ଛତା, ଆଉ ସହର କେତେ ନିର୍ମଳ ତାହା ଦେଖିଲେ ଜଣା ପଡୁଛି । ଯଦି ସହରର ବିକାଶ ଚିତ୍ର ଏମିତି ତ ଦୁର୍ଗମ ଅଞ୍ଚଳର ବିକାଶ ଚିତ୍ର କିପରି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅଭିଯୋଗ କରି ସହର ବାସୀ ନିୟନ୍ତ ହୋଇ ଗଲେଣି । ହେଲେ ଫଳ ଶୂନ । ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ ।

Exit mobile version