Site icon Awaj Media

ପରଟାରେ ଦେଖା ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ : ସୋସିଆଲ ମିଡିଆରେ ଫଟୋ ଭାଇରାଲ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କିଛି ଦିନ ତଳେ ବାଲୁଗାଁ ପାଟଣା ସାହିରୁ ପରଟାରେ ଜଗନ୍ନାଥ ଦେଖା ଦେଇଥିଲେ । ପୁଣି ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ । ହଁ, କଥାଟା ପୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା କଥା ଟା ସତ ! ଏପରି ଏକ ଫଟୋ ଏବେ ଦେଖିବାକୁ ମିଳିଛି । ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି କି ଖୋର୍ଦ୍ଧା ବାଣପୁର ଅଞ୍ଚଳରୁ ଉକ୍ତ ଫଟୋ ଟି ଆସିଛି । ବାଣପୁର ସାନହନ୍ତୁଆଡ ପୂର୍ବପଟ ସାହିରେ ରହୁଥିବା ବାବୁଲା ବାରିକଙ୍କ ସ୍ତ୍ରୀ ସବିତା ବାରିକ ଆଜି ସନ୍ଧ୍ୟାରେ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ । ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।ପରିବାରବର୍ଗ ବର୍ତ୍ତମାନ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି । ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି ।

Exit mobile version