ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ସପ୍ତମ ଏସବିକେଏଫ ଗେମ୍ସ 2022 ରେ ଭାଗ ନେଇଥିବା କ୍ରୀଡ଼ାବିତ ତଥା ଗଜପତି ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟରତ ଏସ ଆଇ କିଶୋର ଚନ୍ଦ୍ର ରଥ ଦୁଇ ଟି ବିଭାଗରେ କୃତିତ୍ବ ହାସଲ କରିଥିବାର ଜଣାପଡ଼ିଛି । ସେ ମୋଟ 3 ଗୋଟି ବିଭାଗର ପ୍ରତିଯୋଗିତାରେ ଭାଗ ନେଇ ଦୁଇ ଗୋଟି ରୋପ୍ୟ ଏବଂ 3 ଗୋଟି କାଂସ୍ୟ ପଦକ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଜାତୀୟ ସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷର 50 ରୁ 70 ବର୍ଷ ବୟସ୍କର କ୍ରୀଡାବିତ ମାନେ ଭାଗ ନେଇଥିଲେ । ଓଡ଼ିଶା ତଥା ଗଜପତି ଜିଲ୍ଲାର କିଶୋର ଚନ୍ଦ୍ର ରଥ ମଧ୍ୟ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି । ସେ 100 ମିଟର ଦୌଡ଼ ପ୍ରତିଯୋଗିତା ଏବଂ ଟ୍ରିପୁଲ ଜମ୍ପ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ପାଇଥିବା ବେଳେ ଲଙ୍ଗ ଜମ୍ପ ରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ପାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ଏଥି ପୂର୍ବରୁ କିଶୋର ଚନ୍ଦ୍ର ରଥ ବିଭିନ୍ନ ଜାତୀୟ ସ୍ତରରେ ହେଉଥିବା କ୍ରୀଡ଼ାରେ ଭାଗ ନେଇ ବିଭିନ୍ନ ବର୍ଗର ପଦକ ହାସଲ କରିଛନ୍ତି । ଏହି ପଦକ ହାସଲ ଖବର ପ୍ରଚାର ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଜାତୀୟ ପ୍ରତିଯୋଗିତାରେ ଭାଗ ନେଲେ ଅବକାରୀ ବିଭାଗ ଏସ ଆଇ କିଶୋର ଚନ୍ଦ୍ର ରଥ !!!

