କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଅରୁଣ ପଣ୍ଡାଙ୍କ କରକମଳରେ ଉନ୍ମୋଚିତ ହେଲା କଟକ ବୟାଳିଶ ମୌଜା ବରାଳ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ତଥା ସହିଦ ରଘୁ ସର୍ଦ୍ଦାର ଙ୍କ ପ୍ରତିମୂର୍ତ୍ତୀ ! କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହୀଦ ରଘୁ ସର୍ଦ୍ଦାରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କର ଏକ ପ୍ରତିମୂର୍ତ୍ତି ପଟଣାସ୍ଥିତ ପୂଜ୍ୟପୂଜା ଭବନ ଠାରେ ଉନ୍ମୋଚିତ ହୋଇଯାଇଛି ! ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ , ବହୁ ସୁନାମଧନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ରହିଥିଲେ ! ଏହି ଉପଲକ୍ଷେ ପ୍ରତିଷ୍ଠାନର ସଭାପତି ଇ°.ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସତ୍ୟବ୍ରତ, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ସମବାୟବିତ୍ ମହେନ୍ଦ୍ର କୁମାର ନାୟକ, ସମାଜସେବୀ ଇଂ. ବିମଳ ଚନ୍ଦ୍ର, ତଥା ଆୟୋଜକ ରଘୁ ସର୍ଦ୍ଦାରଙ୍କ ପୁତ୍ର ଡଃ.ବିଶ୍ଵନାଥ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ମାନେ ରଘୁ ସର୍ଦ୍ଦାରଙ୍କ ଜୀବନୀ ଓ ଦେଶ ମାତୃକା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ବାବଦରେ ମତ ପୋଷଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶ୍ରୀକାନ୍ତ ବେଉରା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସିନେ ତାରକା ମିଟୁ ମିଥୁନ, ବ୍ରଜେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରତିଷ୍ଠାନର ଉପଦେଷ୍ଟା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ବରିଷ୍ଠ ସଭ୍ୟ ଉପେନ୍ଦ୍ର ବାରିକ, ପ୍ରଭାତ କୁମାର ଖଟୁଆ, ଭାସ୍କର ଦାସ, ଶୁଭେନ୍ଦୁ ବରଣ ଦାସ ମହାପାତ୍ର, ଶ୍ରାବନ୍ତିକା ମହାନ୍ତି, ସମିତି ସଭ୍ୟ ବିନୋଦ ବେହେରା, ଦେବୀ ପ୍ରସାଦ ପତି ଓ ସୁବାସ ଚନ୍ଦ୍ର ରଥ ପ୍ରମୁଖ ସହିଦ ରଘୁ ସର୍ଦ୍ଦାରଙ୍କ ଗୁଣଗାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ବର୍ଷା ଦାସ , ସନ୍ଧ୍ୟାରାଣୀ ବିଶୋଇ , ପ୍ରଦୀପ କୁମାର ଦାସ , ଉଦ୍ଧବ ଚରଣ ନାୟକ, ଗାନ୍ଧୀ ଗୁରୁ ଦାସ, ଗଗନ ବିହାରୀ ସ୍ବାଇଁ, ଇ° ବିମଳ କୁମାର ମହାନ୍ତି, ଗୋଲକ ବିହାରୀ ସିଂ, ବିମଳ ଚନ୍ଦ୍ର ଦାସ, ହେମନ୍ତ କୁମାର ପଣ୍ଡା, ଅଶୋକ କୁମାର ବାରିକ, ସାଗର ବେହେରା, ବାଦଲ ମହାନ୍ତି, ଓ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ସାମାଜିକ ସଂଗଠନ ବର୍ଷା ଟ୍ରଷ୍ଟକୁ ସମ୍ବର୍ଦ୍ଧିତ କରା ଯାଇଥିଲା । ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

