Site icon Awaj Media

ଦୁର୍ଗା ଚରଣ ଚିଲିକା ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟରେ +2 ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ର ପ୍ରବେଶ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ବିଦ୍ୟାଳୟର ଯୁବ ଅଧ୍ୟାପକ ରଂଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଏବଂ ବିଦ୍ୟାଳୟ ର ଅଧ୍ୟକ୍ଷ ସୀତାଂଶୁ ଭୂଷଣ ନନ୍ଦଙ୍କର ସଭାପତିତ୍ୱରେ ସଭା ଆୟୋଜନ ହୋଇଥିଲା । ଟାଙ୍ଗୀ ବ୍ଲକର ଅଧ୍ୟକ୍ଷା ରେସମା ମାନଧତା ମୁଖ୍ୟ ଅତିଥି ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଓ ବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଭାପତି ରଘୁନାଥ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ତଥା ବିଦ୍ୟାଳୟର ପ୍ରଥମ ବର୍ଷ ( ୧୯୭୮ ମସିହାର) ଛାତ୍ର ପଠାଣି ସୁନ୍ଦରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଜଜ୍ ଖାଉଟି ଅଦାଲତ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ମୁଖ୍ୟବକ୍ତା, ତାଙ୍କର ଛାତ୍ର ଜୀବନରେ ଅନୁଭୂତି ବର୍ଣ୍ଣନା କରିବା ଛନ୍ଦରେ ପିଲାମାନେ କିପରି ଜୀବନରେ ଉନ୍ନତି କରିବେ ସେ ଝଲକ୍ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଧନ୍ଦାମୂଲକ ଶିକ୍ଷାର ଅଧ୍ୟାପିକା ଗୀତାଞ୍ଜଳି ସାହୁ ମଞ୍ଚ ପରିଚାଳନା କରିବା ସହିତ , ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ,ଅଧ୍ୟାପିକା ,କର୍ମଚାରୀ ସଭାରେ ଉପସ୍ଥିତ ରହିଥିଲେ । ସର୍ବଶେଷରେ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକ ଡ. ରଶ୍ମି ରଞ୍ଜନ ନାଥ ଧନ୍ୟବାଦ ଦେବା ସହିତ ନିଜର ଅଭିଭାଷଣ ଦେଇଥିଲେ ।

Exit mobile version