Site icon Awaj Media

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ : ଯାତାୟାତ ବାଧାପ୍ରାପ୍ତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର – ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦାରିଙ୍ଗବାଡ଼ି ଠାରୁ ସୋରଡା, ଆସ୍କା, ବ୍ରହ୍ମପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତା ଦେଇ କେବଳ ଦୁଇ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଅନୁମତି ଦିଆଯାଉଛି । ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସ୍ଥିତ ଡବେରି ଠାରେ ଚେକ ପୋଷ୍ଟ କରାଯାଇ ଭାରି ଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ୱ କ୍ରମେ ପୋଲିସ ଫୋର୍ସ ଉକ୍ତ ଚେକ ପୋଷ୍ଟରେ ଜଗି ରହିଛନ୍ତି । ଏହି ଭଳି ଭାବେ ସୋରଡା ପୋଲିସ ପକ୍ଷରୁ ମଧ୍ୟ ଭାରିଯାନ ସୋରୋଡା ଠାରୁ ଦାରିଙ୍ଗବାଡ଼ିକୁ ଛଡା ଯାଉନାହିଁ । ଏଣୁ ସମସ୍ତ ଗାଡି ଭଞ୍ଜନଗର, କଳିଙ୍ଗା, ଉଦୟଗିରି ଦେଇ ଯାତାୟାତ କରି ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Exit mobile version