Site icon Awaj Media

ଟ୍ରକ ଧକ୍କାରେ ସ୍କୁଟି ଚାଳକ ଙ୍କ ମୃତ୍ୟୁ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ ଚାନ୍ଦବାଲି ରାସ୍ତା ଶୁକରପଡା ବଜାରରେ ୧୦ ଚକିଆ ଟ୍ରକ ଚଢାଇ ଦେବାରୁ ସ୍କୁଟି ଚାଳକ ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମାହାଙ୍ଗା ବ୍ଲକ ଆପିଲୋ ଗ୍ରାମ ର ସଞ୍ଜୟ ପଣ୍ଡା ନିଜ ସ୍କୁଟିରେ କେନ୍ଦ୍ରାପଡ଼ା ଯିବା ସମୟରେ କଟକ ରୁ କେନ୍ଦ୍ରାପଡ଼ା ଆଡ଼କୁ ଦୃତଗାମୀ ରେ ଯାଉଥିବା ଏକ ୧୦ ଚକିଆ ଟ୍ରକ (OD 05 G 3261) ଗାଡି ପଛପଟୁ ଧକ୍କା ଦେବା ସହିତ ଆରୋହୀ ଙ୍କ ମୁଣ୍ଡ ଉପରେ ଚଢ଼ାଇ ଦେଇଥିଲା । ଘଟଣା ସ୍ଥଳରେ ସ୍କୁଟି ଆରୋହୀ ଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଟାୟାର ଜାଳି କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହିତ ମୃତକଙ୍କ ପରିବାର କୁ କ୍ଷତିପୂରଣ ନିମନ୍ତେ ଅଡ଼ି ବସିଥିଲେ । ଯାହା ଫଳରେ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଟ୍ରକ ବସ୍ ଆଦି ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲିପ କୁମାର ନାୟକ ଏବଂ ନିଶ୍ଚିନ୍ତକୋଇଲି ଥାନା ର ଆଇଆଇସି ଚିନ୍ମୟୀ ସାହୁ ପହଞ୍ଚି ଉତ୍ୟକ୍ତ ଜନସାଧାରଣ ଙ୍କୁ ବୁଝାବୁଝି କରିବାର ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ ।

Exit mobile version