Site icon Awaj Media

ପାର୍ବତୀ ଗିରି ଯୋଜନା କୁ ନେଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ ପାର୍ବତୀ ଗିରି ଯୋଜନାକୁ ନେଇ ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି ବୋଲି ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି । ଵିଶେଷ କରି କ୍ୟାବିନେଟରେ ପାର୍ବତୀ ଗିରି ଯୋଜନା ମାଧ୍ୟମରେ ଗଜପତି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ରାୟଗଡ ବ୍ଳକ ଓ ଗୋଶାଣି ବ୍ଳକର ଚାଷି କୁଳ ଉପକୃତ ହେବା ପାଇଁ କ୍ୟାବିନେଟ ଅନୁମୋଦନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀକୁଳ ତରଫରୁ ଗଜପତି ବିଜୁ ଜନତା ଦଳ ତରଫରୁ ଏବଂ ସମସ୍ତ ଅଧିବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପ୍ରୋଜେକ୍ଟ 36 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ୱାରା ଚାଷୀକୁଳ ବହୁତ ଉପକୃତ ହୋଇ ପାରିବେ , ଚାଷି ମାନଙ୍କର ଯେଉଁ ମରୁଡ଼ି ସମସ୍ୟା ଥିଲା ସେହି ମରୁଡି ସମସ୍ୟା ଆଉ ରହିବ ନାହିଁ ! ତାହା ଦୂର ହେବା ସହ ଚାଷୀକୁଳ ଉପକୃତ ହୋଇପାରିବେ , ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ରାୟଗଡ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକ, ଗୋଶାଣି ବ୍ଲକ ଅଧ୍ୟକ୍ଷ ଏନ ବୀରରାଜୁ, ଜିଲ୍ଲା ବିଜୁ ଯୁବ ସଭାପତି ଏସ. ଲିଙ୍ଗରାଜ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ପାରଳା ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ , ଏସ ଵାଲା ରାଜୁ , ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଜାମାଦାର ପଟ୍ଟନାୟକ, କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ୍ ସୁଧା ରାଣୀ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version