Site icon Awaj Media

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା ବ୍ୟାଚ ପରିଧାନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା ବ୍ୟାଚ ପରିଧାନ l ଜିଲ୍ଲାପାଳ ଭୁଲିଗଲେ ମାନବିକତା , ସାମ୍ବାଦିକ ଙ୍କୁ କଲେ ଦୁର୍ବ୍ୟବହାର ! କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ପରେ ଜିଲ୍ଲାର ଶତାଧିକ ସାମ୍ବାଦିକ ଏକାଠି ହୋଇ ଜିଲ୍ଲାପାଳ ଙ୍କୁ ନିନ୍ଦା କରିବା ସହ କଳାବ୍ୟାଚ ପରିଧାନ କରିଛନ୍ତି l ସୂଚନା ଅନୁସାରେ ରାଜକନିକାର ଏକ ଖବର କୁ ନେଇ ଉକ୍ଷିପ୍ତ ହୋଇ ଯାଇଥିଲେ ଜିଲ୍ଲାପାଳ l ଗତ ବୁଧବାର ଦିନ ଅପରାହ୍ନ ସମୟରେ କୌଣସି ଏକ ଖବରକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକିୟା ସଂଗ୍ରହ କରିବାକୁ ଯାଇଥିବା ଦୁଇଜଣ କାର୍ଯ୍ୟରତ ସାମ୍ବାଦିକ ରାଧାକାନ୍ତ ମହାନ୍ତି ଓ ପ୍ରଶାନ୍ତ ନାୟକ ଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହିତ ତୁମେ ସବୁ ୟେଲୋ ଜର୍ଣ୍ଣାଲିଜିମ କରୁଛ, ମତେ ଜାଣିନ – ମୁଁ ଚାହିଁଲେ ତମକୁ ଭିତରେ ପୁରାଇ ଦେବି l ଏହି ଭଳି ଅନେକ କଥା କହିଥିଲେ ଜିଲ୍ଲାପାଳ l ଯାହାକୁ ନେଇ ଆଜି ଜିଲ୍ଲାର ଶତାଧିକ ସାମ୍ବାଦିକ ପ୍ରେସ କ୍ଲବ ଠାରୁ ଏକ ପଦଯାତ୍ରା କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଏବଂ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଅଭିଯୋଗ କରିଥିଲେ ।

Exit mobile version