Site icon Awaj Media

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୋମଳମତି ଶିଶୁଙ୍କ ମୁହଁରେ ବିକ୍ଷୋଭ ର ନାରା | ବହିଖାତା ଛାଡି ଗେଟ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ | ବିଦ୍ୟାଳୟକୁ ଗଲେ ନାହିଁ କି କାହାକୁ ଯିବାକୁ ମଧ୍ୟ ଦେଲେନି | ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ବିଶ୍ବାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ | ଆଜି ପାଠ ବନ୍ଦ | ଆମେ ସ୍କୁଲ କୁ ଯିବୁନି କି କାହାକୁ ଯିବାକୁ ମଧ୍ଯ ଦେବୁନି | ଯାହା ହେବାର ହେଇଯାଉ , ଆମକୁ ଶିକ୍ଷକ ଦିଅ , ନଚେତ୍ ଆମେ ଆନ୍ଦୋଳନ ରୁ ଓହରିବୁ ନାହିଁ | ଏ ଭଳି କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପାରାଦୀପ ବିଶ୍ବାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ | ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ | ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ 216 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲା ବେଳେ ଏଠି ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ | ସାତ ଶ୍ରେଣୀ କୁ ପାଞ୍ଚ ଶିକ୍ଷକ କାରଣ ରୁ ଗୋଟିଏ ଶ୍ରେଣୀ ଗୃହ ରେ ଦୁଇଟି ଶ୍ରେଣୀର ପିଲା ବସିବାକୁ ବାଧ୍ୟ | ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ଆଜି ପିଲାମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି | ବିଦ୍ୟାଳୟର ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଢେର ଅସୁବିଧା ଭୋଗ କରୁଥିବା ପ୍ରକାଶ କରିଛନ୍ତି | କରୋନା ପାଇଁ ପଢା ରେ ବ୍ୟାଘାତ ସୃଷ୍ଟି ହୋଈଥିବା ବେଳେ ଚଳିତ ବର୍ଷ ପରୀକ୍ଷା ପୂର୍ବରୁ ଶିକ୍ଷକ ଅଭାବ ଏଠାରେ ଛାତ୍ରଛାତ୍ରୀ ଙ୍କୁ ବେଶ୍ ଅସୁବିଧା ସୃଷ୍ଟି କରିଛି | ପ୍ରାଥମିକ ଶ୍ରେଣୀରେ 35 ଛାତ୍ରଛାତ୍ରୀ ଙ୍କୁ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ରେ 35 ରେ ଜଣେ ନିୟମ ଥିବା ବେଳେ ଏଠି ଏଭଳି କଣ ପାଇଁ ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି | ତୁରନ୍ତ ଏହି ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଯୋଗାଇବା ନିହାତି ଜରୁରୀ ହୋଇପଡ଼ିଛି |

Exit mobile version