Site icon Awaj Media

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ତାଳବସ୍ତରେ ଭଜନ ସମାରୋହ ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଗକୁ ଆସୁଛି ପାର୍ବଣର ଋତୁ ! ଦଶହରା, ଗଜଲକ୍ଷ୍ମୀ ଏବଂ କାଳିପୂଜା । ନିକଟରେ ସରିଛି ଶ୍ରୀଗଣେଶ ଏବଂ ବିଶ୍ବକର୍ମ ପୂଜା । ଡମପଡା ବ୍କକର ତାଳବସ୍ତ ଚେକ୍ ଗେଟ ଛକର ” ଓଁ ଶ୍ରୀ ବିଶ୍ବକର୍ମା ପୂଜା କମିଟି ” ନିକଟରେ ପାଳନ କରିଛି ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ । ପ୍ରତିବର୍ଷ ପରି ମହା ଆଡମ୍ବର ସହକାରେ ବିଶ୍ବକର୍ମାଙ୍କ ପୂଜାକୁ ଚେକଗେଟ ଛକର ବ୍ୟବସାୟୀ ମାନେ ପାଳନ କରିଛନ୍ତି । ସମସ୍ତ ପୂଜା ରିତିନିତୀ , ସାଂସ୍କୃତିକ କାର୍ଯ୍ୟକ୍ରମରେ କୃଷ୍ଣପଲ୍ଲୀ ଗ୍ରାମବାସୀ ବୃନ୍ଦ,ତାଳବସ୍ତ ଡ୍ରାଇଭର ସଂଘ ଏବଂ ଟ୍ରକ ଆସୋସିଏସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମରେ କଟକର ଭାବଧାରା ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଯାହା ଗ୍ରାମ୍ୟ ପରିବେଶ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପସ୍ଥିତ ରହି କଣ୍ଠଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ । ଭଜନ ସମାରୋହର ଉଦଘାଟକ ଭାବେ ପ୍ରଥମ ଦିନରେ ମୁଖ୍ୟ ଅତିଥି ରୁପେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ୩୮ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଆଶିଶ କୁମାର ସାହୁ, ପୂର୍ବତନ ସରପଞ୍ଚ ଗଦାଧର ରାଉତ, ଯୁବନେତା ରାଜକିଶୋର ମହାନ୍ତି ଏବଂ ଡମପଡା ବ୍କକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ । ଉକ୍ତ ଆଧ୍ୟାତ୍ମିକ ସଭା ଯୁବ ଶିଳ୍ପଦ୍ବୋଗୀ ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ତ୍ବରେ ପରିଚାଳିତ ହୋଇଥିଲା । ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ, ରବି ମହାପାତ୍ର , ଶ୍ୟାମସୁନ୍ଦର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version