Site icon Awaj Media

କୃପାଳୁ ଶିଶୁ ସାହିତ୍ୟ ଆସର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା ରେ ଚଳିତ ମାସର ଶେଷ ରବିବାର ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ରାଜୁଗୁରୁ ସାହି ନିବାସୀ ସମାଜସେବୀ ତଥା ଶିଶୁ ପ୍ରେମୀ ରାମଚନ୍ଦ୍ର ମହାପାତ୍ର ଗୃହରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା ‘ମହାଳୟା ଅମାବାସ୍ୟା’ l ଏହି ବିଷୟରେ ମହାପାତ୍ର ମହୋଦୟ ଶିଶୁ ମାନଙ୍କୁ ବୁଝାଇବା ସହ ଜଗଦଗୁରୁ କୃପାଳୁ ମହାରାଜଙ୍କ ସମାଜ କଲ୍ୟାଣ ପାଇଁ ତାଙ୍କର ତ୍ୟାଗ ସମ୍ପର୍କରେ ଅବଗତ କରାଇଥିଲେ l ପରେ ସମସ୍ତ ଶିଶୁ ଆଲୋଚନାରେ ଭାଗ ନେଇ ପିତୃପକ୍ଷ, ମହାଳୟା , ସାତ ଘର ଭିକ୍ଷା, ବଜ୍ରମାହାଙ୍କାଳୀ ପୂଜା ସମ୍ପର୍କରେ କହିଥିଲେ l ଶେଷରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସହିତ ସମସ୍ତେ ଜଗଦଗୁରୁ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀର ଶୁଭ କାମନା ଜଣାଇଥିଲେ l

Exit mobile version