Site icon Awaj Media

ବାର୍ଡ ଦ୍ଵାରା ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ଟେଲିକମ ଓ ଡ଼ିଟିଏଚ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉଦଘାଟନ କରିଥିଲେ I ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇନ୍ଟାରନେଟ ,ଡ଼ିଟିଏଚ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷ୍ଯୋଭ ପ୍ରକାଶ କରିଥିଲେ I ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ତା ଛାଡି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନIହିଁ ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବIରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ ଅକଟିବାସେନ କଲାବେଳେ ଇଂରାଜୀ ଭାଷରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି ,ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି I ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ ଗଜପତି ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିସ୍ପତି ଥିଲେ ବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ଯା, ଇନ୍ଟାରନେଟ ଧିମୀଗତି ଚାଲିବI,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେ ବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ, ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ, ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାଟସ ଆପ ଗ୍ରାହକ,୨୪୦ ନିୟୁତ ଫେସବୂକ ଗ୍ରାହକ,୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ , ୭କୋଟି ଡ଼ିଟିଏଚ ଗ୍ରାହକ, ୧୪୦କୋଟି ଇନ୍ଟାରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି, ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଉଦବେଗ ପ୍ରକାଶ କରିଛନ୍ତି I ଅଧିକରୁ ଅଧିକ ଟେଲିକମ ଓ ସମୃକ୍ତ ସେବାପ୍ରଦାନ ଧିକାରୀ ଗ୍ରାମଞ୍ଚଳରେ ଖାଉଟି କାର୍ମଶାଳା , ଗ୍ରାହକ ମାର୍ଗଦର୍ଶନ ଶିବିର କରିବା , ଅଧିକ ଟୋଲଫ୍ରୀ, କଷ୍ଟମର କେୟାର ଫୋନର ଶୁଭିଧା, ୱାଟସ ଆପରେ ଅଭିଜଯୋଗ, ଓଡିଆ ଭାଷରେ ସୁଗମ୍ୟ କରିବା , ଘଣ୍ଟା ପ୍ରକାରେ ଟେଲିକମ କମ୍ପାନୀ ମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦେଶIବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ପୂର୍ବତନ ଖାଉଟି ଅଦାଲତ ସଭାପତି ଶ୍ରୀ ଭୁବନେଶ୍ଵରୀ ପଟନାୟକ ମତ ପ୍ରକାଶ କରିଥିଲେ I ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ସଭା ପତିତ୍ଵ କରି ଭିନକ୍ଷମ ଙ୍କ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର କରିବା ନିମିତ ଟେଲିକମ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ I ପ୍ରଶ୍ନ ଉତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ଶ୍ରୀ ହରି ମୋହନ ପଟନାୟକ କରିଥିଲେ I ଏୟାରଟେଲ, ସନଟିଭ, ଭିଡିଓକନ , ଡିଶଟିଭି, ଟାଟା ସ୍କୟ କମ୍ପiନୀ ମାନେ ଏହି ସଭାକୁ ନ ଆସିବା ସେମାନଙ୍କ ସେବାରେ ଅବହେଳI ଦର୍ଶIଯିବା ମତ ପ୍ରକାଶ ସେ କରିଥିଲେ, ସନମନୀୟ ଅତିଥିରୂପେ ପାରଳା ମୁନିସିପାଳିଟି ଚେୟାରମ୍ଯାନ ଶ୍ରୀମତୀ ନିର୍ମଳI ସେଠି ଯୋଗଦେଇଥିଲେ, ଭାରତୀୟ ଦୂରସଂଚାର ନିଗମରୁ ଏସଡିଓ ପ୍ରଶାନ୍ତ କୁମାର ରାୟ, ଏୟାରଟେଲ ରୁ ଆଞ୍ଚଳିକ ମ୍ଯାନେଜର ଜିତେନ୍ଦ୍ର ମହାନ୍ତି, , ଜିଓ ତରଫରୁ ଆଶିଷ ନାୟକ, ଘରୋଇ ଇନ୍ଟାରନେଟ ସେବା ପ୍ରଦାନକାରୀ ଆଲେୟନ୍ସ ଏସ ଆର କମ୍ଯୁନିକେଶନ ଶ୍ରବଣକୁମାର, କବୁଲ ଅପେରଟର ର୍ରୁ ରମେଶ କୁମାର ଓ , ସୁରେଶ ଯୋଗଦେଇ ନିଜ ନିଜର ସେବା ଉପରେ ବକ୍ତବ୍ଯ ପ୍ରଦାନ କରି ଥିଲେ I ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା,ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ସଭାରେ ସIମୁହିକିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଥିଲେ I ସଭା ଶେଷରେ ନିୟତି ଅନୁଷ୍ଠାନ ପ୍ରମୁଖ ଓ ସମାଜସେବି, ସୁସIହିତିକ ବିଚିତ୍ରନନ୍ଦ ବେବେର୍ତା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,I ଗଜପତି ଜିଲ୍ଲାର କଣ ଅନୁକୋଣ ଅଞ୍ଚଳରୁ ବହୁ ବୁଢୀଜୀବି, ଖାଉଟି କର୍ମୀ, ସ୍ଵୟଂ ସହାୟକ ଦଳ, ବରିଷ୍ଟ ନାଗରିକ ମଞ୍ଚ,ଅବସର ସୈନିକ ସଙ୍ଗ, ମହିଳା ଓ ଯୁବକ ସଂଘ, ଆଇନଜୀବି, ଛାତ୍ରଛାତ୍ରୀ, ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ I

Exit mobile version