Site icon Awaj Media

ହୀନିମାନ ଅବସ୍ଥା ରେ ବାଣପୁର ଓ ଚିଲିକାର ଅନେକ ମୁକ ବଧିର : ସରକାରୀ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୬୫ ତମ ବିଶ୍ଵ ବଧିର ଦିବସ ପାଳିତ ହେଉଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ଚିଲିକା ଓ ବାଣପୁର ବଧିର ସଂଘ ତରଫରୁ ବାଣପୁର ପଲଟନ ପଡିଆ ସ୍ଥିତ ବ୍ରହ୍ମେଶ୍ଵର ମନ୍ଦିର ପାଙ୍ଗଣରେ ବିଶ୍ଵ ବଧିର ଦିବସ ପାଳିତ ହୋଇଛି । ଆଜିର ଦିନକୁ ମନେ ପକାଇବା ପାଇଁ ବଧିର ଓ ମୁକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ଯୁବ ମୋର୍ଚ୍ଚାର ବାଣପୁର ନଗର ମଣ୍ଡଳ ସଭାପତି ତଥା ସାମ୍ବାଦିକ ଅମିତାଭ ପଟ୍ଟଯୋଶୀ , ଓଡ଼ିଶା ବଧିର ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ନିରଂଜନ ସେଠୀ, ଓଡ଼ିଶା ବଧିର ସଂଘର ସାଂସ୍କୃତିକ ଅନୁବାଦକ ପିକେ ମହାପାତ୍ର , ଚିଲିକା ବଧିର ସଂଘର ସମ୍ପାଦକ କାର୍ତ୍ତିକ ଦାସ ଯୋଗ ଦେଇଥିଲେ । ବାଣପୁର ଅଞ୍ଚଳର ଚିଲିକା ବଧିର ସଂଘର ପ୍ରାୟ ପଚାଶ ରୁ ଉର୍ଦ୍ଧ ସମସ୍ତ ସଦସ୍ୟ ଅସହାୟ ହୋଇଥିବା ବେଳେ କିପରି ସରକାରୀ ସହାୟତା ପାଇବେ ସେ ବିଷୟରେ ଆଲୋଚନା କରିଥିଲେ । ଚିଲିକା ବଧିର ସଂଘର ସମସ୍ତ ସଦସ୍ୟ ମାନେ ରହିବା ପାଇଁ ଏକ ଘର ନଥିବା ଯୋଗୁଁ ଏଠି ସେଠି ରହିବାକୁ ପଡୁଛି , ବହୁତ ଅସୁବିଧା ହେଉଥଲେବି ନିଜର ଦୁଃଖକୁ ଆଦରି କାହାକୁ ପରିପ୍ରକାଶ କରିପାରନ୍ତି ନାହିଁ, କାହିଁକିନା ଏମାନଙ୍କୁ କାନକୁ ନଶୁଭିବl ତଥା ମୁକ ଯୋଗୁଁ କହି ପାରୁନଥିବା ରୁ ସାଧାରଣ ଲୋକେ ବୁଝିପାରନ୍ତି ନାହିଁ l ଏମାନେ ହେଉଛନ୍ତି ବହୁତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର, ଯଦି ଓଡିଶା ସରକାର ହୁଅନ୍ତୁ ବା ଭାରତ ସରକାର ହୁଅନ୍ତୁ ସରକାରୀ ସ୍ତରରେ ଏକ ସରକାରୀ ସିକୃତି ପ୍ରାପ୍ତ ସଂଘ ପାଇଁ ଘର ଖଣ୍ଡିଏ ଯୋଗାଇ ଦିଆଗଲେ ସମସ୍ତ ସଦସ୍ୟ ଉପକୃତ ହୋଇପାରିବେ ବୋଲି ନିବେଦନ କରିଛନ୍ତି ଗଣମାଧ୍ୟମଙ୍କ ଜରିଆରେ l

Exit mobile version