Site icon Awaj Media

ପିତୃମାତୃ ହୀନ ଶିଶୁ ଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ପ୍ରଶିକ୍ଷଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳ ବିଭାଜିକା ସଭାଗୃହ ଠାରେ ମାତୃପିତୃ ହୀନ ଶିଶୁ ଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଓ ଥଇଥାନ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନ ର ସଭାପତି ସମ୍ପାଦକ ଓ ପରିଚାଳକ ସଦସ୍ୟ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନ କୁ ଆସୁଥିବା ପ୍ରତ୍ୟେକ ଶିଶୁ କିପରି ଗୋଟିଏ ପରିବାର ପାଇବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରଶିକ୍ଷକ ଭାବେ କଟକରୁ ଆସିଥିବା ପ୍ରଶାନ୍ତ କୁମାର ପାଲାଟାସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଟି କିପରି ପରିବାର ପାଇବ ସେଥିପାଇଁ ଥିବା ଯୋଜନା ତଥା ପୃଷ୍ଟପୋଷକତା, ପ୍ରତି ପାଳନ ଯତ୍ନ, ପୋଷ୍ୟ ସନ୍ତାନ ଏବଂ ପରବର୍ତ୍ତୀ ଯତ୍ନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଙ୍କ କଣ ଦାୟିତ୍ୱ ଏଥିପ୍ରତି ଅଛି, ତାହାରି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶିଶୁଟି ପରିବାର କୁ ଗଲାପରେ ପରିବାର ର ସଦସ୍ୟ ମାନେ କିପରି ସରକାର ଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ସେଥିପାଇଁ ଶିଶୁ ସୁରକ୍ଷା ଯୋଜନା ର ସମସ୍ତ କର୍ମକର୍ତ୍ତା କିପରି ଯତ୍ନବାନ ହେବେ ତାହାରି ଉପରେ ଗୁରୁତ୍ୱାରୋପ କରିଥିଲେ । ଇ- ଶିକ୍ଷା ର ସଂଯୋଜକ ମାନସ ନାୟକ ଉପସ୍ଥିତ ରହି ଶିଶୁ ଯତ୍ନ ଅନୁଷ୍ଠାନ କୁ ପ୍ରଦାନ କରାଯାଇଥିବା କମ୍ପ୍ୟୁଟର ଟାଵଲେଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପରିଚାଳନା କରିଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Exit mobile version