କନ୍ଧମାଳ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ : ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ପିଲାଙ୍କୁ ପାଠ ପଢାଇଲେ !!!

0
146

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଈଶ୍ୱର ପାଟିଲ ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରଥମେ ଇକୋ ରିଟ୍ରିଟ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । କଫି ବଗିଚା ପାଖରେ ରହିଥିବା ୨ ହେକ୍ଟର ଜମିରେ ନୂତନ ଭାବେ କଫି ରୋପଣ କାର୍ଯ୍ୟରେ ଯୋଗ ଦେଇଥିଲେ । କଫି ରୋପଣ କରିବା ସହ ଉକ୍ତ କାର୍ଯ୍ୟ ଓ କଫି ବଗିଚା ଭିତରେ ନୂତନ କଫି କେଫ କାର୍ଯ୍ୟର ତଦାରଖ କରିଥିଲେ । ଏଥି ସହିତ ଡୁଲୁରି ପର୍ଯ୍ୟଟନ ସ୍ଥଳୀ ,ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ ବୁଲିଥିଲେ । ମିଡିୟୁବାନ୍ଦା ଜଳ ପ୍ରପାତରେ ପର୍ଯ୍ୟଟନଙ୍କ ପାଇଁ ଆବଶ୍ୟକ ରହିଥିବା ବିଶ୍ରାମଗାର , ଶୌଚାଳୟ, ରାସ୍ତା, ମୁଖ୍ୟ ଫାଟକ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ଦାରିଙ୍ଗବାଡ଼ି ସମିତିସଭ୍ୟା ପ୍ରମିଳା ପ୍ରଧାନ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହା ପରେ ଜିଲ୍ଲାପାଳ ଦାସିଙ୍ଗବାଡ଼ିର କାଣ୍ଡାପା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଙ୍କୁ ପାଠ ପଢାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ , ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ଜଳଛାୟା ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ପରିଡ଼ା, ଦାରିଙ୍ଗବାଡ଼ି ପିଆଇଏ ହୃଷୀକେଶ ପ୍ରଧାନ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ ଅନନ୍ତ ଜେନା, ପୂର୍ତ୍ତ ବିଭାଗ ଏସଡିଓ ବ୍ରଜମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ।

LEAVE A REPLY

Please enter your comment!
Please enter your name here