Site icon Awaj Media

ଭାର ଉତ୍ତୋଳନରେ ବାଲୁଗାଁ ର ସୌମେନ ଙ୍କୁ ସ୍ବର୍ଣ୍ଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିଉ କଟୋସ ଜିମ୍ ର ସୌମେନ ସେନାପତି ଜୁନିୟର ବିଭାଗ ରେ ୫୯ କେଜି କାଟାଗୋରୀ ରେ ବେଞ୍ଚ ପ୍ରେସ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଶିକ୍ଷକ ଦୀପକ କୁମାର ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ସୌମେନ୍ ଶିକ୍ଷା ଗ୍ରହଣ କରିଥିଲେ । କେରଳ ଠାରେ ଅନୁଷ୍ଠିତ ଜାତୀୟ ଭାରୋଉତ୍ତଳନ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରିଥିଲେ । ଏବେ ଆସନ୍ତା ପ୍ରତିଯୋଗିତାରେ ସେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତାଙ୍କର ଏ ସଫଳତା ପାଇଁ ତାଙ୍କ ପରିବାର ଲୋକ , ସ୍ଥାନୀୟ ବାଲୁଗାଁ ଅଞ୍ଚଳର ଖେଳ ପ୍ରେମୀ, ସ୍ପୋର୍ଟସ ଓ କଲଚରାଲ କାଉନସିଲ ର ସମ୍ପାଦକ ଡଃ ମାନସ ମୋହନ ବଳିୟାର ସିଂହ ଓ କର୍ମକର୍ତ୍ତା ଶୁଭେଛା ଜଣାଇଛନ୍ତି ।

Exit mobile version