Site icon Awaj Media

ତହସିଲ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା ଚାଷୀ ଶ୍ରମିକ ସଂଗଠନ ପକ୍ଷରୁ ଅନଶନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ତହସିଲ ନିକଟରେ ସବରେଜିଷ୍ଟର ଅଫିସ ପ୍ରତିଷ୍ଠା ଦାବି ରେ ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଚାଟେରା ଚକଡା ସ୍ଥିତ ତହସିଲ କାର୍ଯ୍ୟଳୟ ସମୁଖରେ ଅନଶନ ଧର୍ମଘଟ ଜାରି ରହିଛି । ଏହି ଅନଶନ ଧର୍ମଘଟ ଆଜି ଦୁଇ ଦିନରେ ପହଁଚିଛି । ଡେରାବିଶ ଚାଟେରା ଚକଡା ସ୍ଥିତ ତହସିଲ ଅଫିସ ନିକଟରେ ସବରେଜିଷ୍ଟର ଅଫିସ ନିର୍ମାଣ କଲେ ବ୍ଲକ ର ଲୋକେ ଉପକୃତ ହେଇପାରିବେ ବୋଲି ଦାବି ରଖିଛନ୍ତି କୃଷି ଶ୍ରମିକ ସଂଘ । ଘଟଣା କୁ ଗୁରୁତ୍ୱ ର ସହ ନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ ଘଟଣା ସ୍ଥଳ କୁ ଅlସି ଧାରଣlରତ ଲୋକ ଙ୍କୁ ବୁଝାଇଥିଲେ ମଧ୍ୟ ଲୋକେ ତାଙ୍କ ଦାବି ରୁ ଉଠିନଥିଲେ । ଏବେ ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ! ତେବେ ଆନ୍ଦୋଳନ ଦିବାରାତ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Exit mobile version