ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉଠା ଜଳସେଚନ ଗୋଷ୍ଠୀ ପ୍ରକଳ୍ପ ଗୁଡିକର ପାଣି ପଞ୍ଚାୟତର 20 ଜଣ ସଭ୍ୟ ମାନଙ୍କୁ ନେଇ ଏକ ତାଲିକା କାର୍ଯ୍ୟକ୍ରମ ନିକଟସ୍ଥ ସରକାରୀ ITI ଗୁମ୍ମା ଓ ସରକାରୀ ITI ରାୟଗଡରେ ଅନୁଷ୍ଠିତ ହେଉଛି । ଯାହା ଗୁମ୍ମା ITI ରେ ଗତ 19 ତାରିଖ ରୁ ଆରମ୍ଭ ହୋଇ 29 ତାରିଖରେ ପରିସମାପ୍ତି ହେବ ।ଏବଂ ରାୟଗଡ ITI ରେ ଗତ 20 ତାରିଖ ରୁ ଆରମ୍ଭ ହୋଇ 30 ରେ ପରିସମାପ୍ତି ହେବ । ଏହି ତାଲିମ ଶିବିରରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ବ୍ୟବହୃତ ହେଉଥିବା ମଟର, ଷ୍ଟାଟର, ମେନ ସୁଇଚ ଇତ୍ୟାଦି ଯନ୍ତ୍ରାଂଶ ପାଇଁ ସ୍ୱଳ୍ପ ମରାମତି ରକ୍ଷଣାବେକ୍ଷଣ ଏବଂ ନିରାପତ୍ତା ବିଷୟରେ ତାଲିମ ନେଉଛନ୍ତି । ଏହି ସରକାରୀ ITI ର ବୈସୟିକ ଶିକ୍ଷା ତାଲିମ ଓଡ଼ିଶା ଏବଂ ଉଠା ଜଳସେଚନ ପ୍ରକଳ୍ପ ର ମିଳିତ ସହଯୋଗରେ ଏହି ତାଲିମ ଦିଆଯାଉଛି । ଏହି ତାଲିମ ପାଇବା ପରେ ଚାଷି କ୍ଷୁଦ୍ର ମରାମତି ପାଇଁ ଅପେକ୍ଷା ନ କରି ନିଜେ ନିଜେ ସଜାଡି ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରି ପାରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା 11 ତାରିଖରେ ଚନ୍ଦ୍ରଗିରି ITI ରେ ଆରମ୍ଭ ହେବ ଏବଂ 21 ତାରିଖରେ ପରିସମାପ୍ତି ହେବ । ଏହି କାର୍ଯ୍ୟକ୍ରମ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହା ଫଳରେ ଚାଷି ପାଣି ପଞ୍ଚାୟତ ଦ୍ବାରା ଉପକୃତ ହୋଇପାରିବେ ।
ଉଠା ଜଳସେଚନ ଗୋଷ୍ଠୀ ପ୍ରକଳ୍ପ ଅଧିନସ୍ଥ ପାଣି ପଞ୍ଚାୟତ ସଭ୍ୟ ମାନଙ୍କୁ ନେଇ 10 ଦିନିଆ ତାଲିମ ଶିବିର !!!

