Site icon Awaj Media

ପାରାଦୀପ ପ୍ରେସ ମିଡ଼ିଆର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା ପାରାଦୀପ ନୁଆବଜାର ସ୍ଥିତ ଓଜେୟୁ କାର୍ଯ୍ଯାଳୟ ପରିସରରେ ପାରାଦୀପ ପ୍ରେସ ମିଡ଼ିଆର ୮ ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ଗଲଫ୍ ପଡିଆ ଠାରେ ସମୂହ ବୃକ୍ଷ ରୋପଣ କରାଯିବା ସହ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସକାଳ ଏଗାର ଘଟିକା ସମୟରେ ଓଜେୟୁ କାର୍ଯ୍ଯାଳୟ ପରିସରରେ ସଂଘ ର ଉପଦେଷ୍ଟା ଚିତରଞ୍ଜନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା । ଏଥିରେ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ କର୍ମେଶ୍ବର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ପରେ ସଂଘର ବାର୍ଷିକ ବିବରଣୀ ପାଠ ଏବଂ ସଂଘର ମୁଖପାତ୍ର “ମୁକ୍ତପୃଷ୍ଠା” ଉନ୍ମୋଚନ ହୋଇଥିଲା । ଏହାପରେ ପରିବେଶବିତ୍ ଅମରେଶ ନରେଶ ସାମନ୍ତ , ସମାଜସେବୀ ପଙ୍କଜ କୁମାର ତରାଇ ଓ ପୌରାଧକ୍ଷ ବସନ୍ତ ବିଶ୍ଵାଳ ଙ୍କୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପୌରାଧକ୍ଷ ବସନ୍ତ ବିଶ୍ଵାଳ ମୁଖ୍ୟ ଅତିଥି, ଅଧ୍ୟାପକ ପ୍ରଦୀପ ଶତପଥୀ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର, ଭାଗବତ ତ୍ରିପାଠୀ ଓ ଅନ୍ୟତମ ବରିଷ୍ଠ ସାମ୍ବାଦିକ ବାବା ଲଲାଟେନ୍ଦୁ କେଶରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ! ସଂଘର ବରିଷ୍ଠ ସଦସ୍ୟ ସାମ୍ବାଦିକ ଅଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ର ସଭାପତି ବସନ୍ତ ସାହୁ , କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପରିଡ଼ା, ସାଧାରଣ ସମ୍ପାଦକ ବଟକୃଷ୍ଟ ଦାଶ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ବିଶ୍ବାଳ, ସାମ୍ବାଦିକ ଶୁକଦେବ ଜେନା, ସମ୍ବିତ ଲେଙ୍କା, ଶରତ ରାଉତ, ସୁନିଲ ପଟ୍ଟନାୟକ, ରଶ୍ମି ରଂଜନ ରାଉତରାୟ, ସୁଶାନ୍ତ ସାହୁ, ଚକ୍ରବର୍ତ୍ତୀ ଓତା, ବିରଜା ପ୍ରସାଦ ସେଠୀ ଏବଂ ବହୁ ବୁଦ୍ଧିଜୀବୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version