କଳାପଥର ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗୋଲେଇ ଛକ ଠାରୁ ବୈଦେଶ୍ୱର ଦେଇ ଗୋଳାଗଣ୍ଡ ପର୍ଯ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଛି । କାର୍ଯ୍ୟ ଆରମ୍ଭ ପୁର୍ବରୁ ପତନୀ ଛକ ଠାରେ ପୂର୍ବତନ ବିଧାୟକଙ୍କ ଦ୍ବାରା ଶିଳାନ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ , ବାଙ୍କୀରେ ଦୁଇଟି ଇଞ୍ଜିନ କାମ କରୁଛି । ଯା ଦ୍ବାରା ସହରୀ ସୁବିଧା ଗ୍ରାମାଞ୍ଚଳରେ ଉପଲବ୍ଧ ହୋଇଛି । ବୈଦେଶ୍ୱର ମେଗା ଜଳସେଚନ ଯୋଜନା ଦ୍ୱାରା ଅଞ୍ଚଳର ଚାଷୀ ଭାଇମାନେ ଅନେକ ଉପକୃତ ହେବେ । କେନ୍ଦୁପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଗାମୀ ଦିନରେ ସି.ଏଚ.ସି କରିବା ପାଇଁ ପ୍ରତିଜ୍ଞା ବଦ୍ଧ ବିଜୁ ଜନତା ଦଳ । ଏହା କଥାର ଗାର ନୁହେଁ ଲୁହାର ଗାର ବୋଲି ପ୍ରକାଶ କରିଛନ୍ତି ବିଜେଡି ନେତା ପ୍ରଭାତ ତ୍ରିପାଠୀ । ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀତା ସାହୁ ଓ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । କେନ୍ଦୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ମାର୍କେଟ କମ୍ପ୍ଲେକ୍ସ ଓ ପୂର୍ବରୁ ନିର୍ମିତ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହକୁ ସର୍ବସାଧାରଣ ଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟନ ହୋଇଯାଇଛି । କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବାଙ୍କୀ ବ୍ଲକ ବି.ଡି.ଓ କିଶୋର ଚନ୍ଦ୍ର ଦାସ , ସୁବର୍ଣ୍ଣପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡଃ ପ୍ରେମାନନ୍ଦ ସାହୁ ଉପସ୍ଥିତ ରହିଥିଲେ ! ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
କଳାପଥର ଠାରୁ ବୈଦେଶ୍ୱର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ଯାସ !!!

