Site icon Awaj Media

ବାଣପୁର ରେ କୋଭିଡ ବୁଷ୍ଟର ଟୀକାକରଣ ବେଳେ ଅଘଟଣ : ପୁଲିସ ର ହସ୍ତକ୍ଷେପ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ କୋଭିଡ ଟୀକା ପ୍ରଦାନ ପାଇଁ ଦୁଇ ଗୋଟି କେନ୍ଦ୍ର ଖୋଲା ଯାଇଥିବା ବେଳେ ଟୀକା ଦେବାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କୋଭିଡ଼ ବୁଷ୍ଟର୍ ଡୋଜ ନେବାର ସମୟ ଆଜି ଶେଷ ହେଉଥିବାରୁ ଦୁଇଟି କେନ୍ଦ୍ର ରେ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଣପୁର ହସ୍ପିଟାଲ ଠାରେ ଭିଡ଼ ଏତେ ପରିମାଣର ହୋଇଥିଲା ଯେ ହସ୍ପିଟାଲର ପରିସର ଲୋକାରଣ୍ୟ ହୋଇ ପଡିଥିଲା । ଏପରିକି ଧାଡ଼ି ବାନ୍ଧିବାକୁ ମଧ୍ୟ ସ୍ଥାନ ନ ଥିଲା । ଅନ୍ୟ କେନ୍ଦ୍ରଟି ପଲଟଣ ପଡ଼ିଆ ସ୍ଥିତ କୃତିବାସ କଲ୍ୟାଣ ମଣ୍ଡପ ଠାରେ ଚାଲୁଥିବା ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ଏଠାରେ ଆବଶ୍ୟକ ଅନୁସାରେ ଟୀକା ଯୋଗାଣ ହୋଇ ନପାରିବା ଯୋଗୁଁ ଲୋକଙ୍କର ନାହିଁ ନଥିବା ଗହଳି ସୃଷ୍ଟି ହୋଇ ଅପ୍ରୀତିକର ପରିସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା ବେଳେ କିନ୍ତୁ ବାଣପୁର ପୁଲିସ ପହଂଚି ହସ୍ତକ୍ଷେପ କରିବା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା । ଅବଶ୍ୟ ଏହି କେନ୍ଦ୍ରକୁ ଶେଷରେ ତାଲା ପକାଇ ଦିଆ ଯାଇଥିଲା । ଲୋକମାନେ ନିରାଶରେ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

Exit mobile version