Site icon Awaj Media

ଚିକିତ୍ସା ପାଇଁ ଲୋକଙ୍କ ଭିଡର ଭ୍ରମ : କୋଭିଡ୍ ବୁଷ୍ଟର ଡୋଜ୍ ପାଇଁ ଟାଙ୍ଗୀ ମେଡିକାଲରେ ଲମ୍ବା ଲାଇନ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଲମ୍ବା ଲାଇନ୍ ଲଗାଇ ଛିଡା ହୋଇଥିଲେ ଶହ ଶହ ଲୋକ । ଚିକିତ୍ସା ହେବା ପାଇଁ ଏପରି ଗହଳି ଲାଗିଥିବା ଭ୍ରମ ସୃଷ୍ଟି କରିଛି , ହେଲେ ତା’ନୁହେଁ । ପ୍ରକୃତ ପକ୍ଷେ ଏହି ଲୋକମାନେ ଚିକିତ୍ସା ହେବା ପାଇଁ ଲମ୍ବା ଲାଇନ୍ ଲଗାଇ ଲଗାଇ ନାହାଁନ୍ତି ବରଂ କୋଭିଡ୍ ର ବୁଷ୍ଟର ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଚାଲିଛି କସରତ । କୋଭିଡ୍ ବୁଷ୍ଟର ଡୋଜ୍ ନେବାର ଗତକାଲି ଥିଲା ଶେଷ ତାରିଖ , ତା’ପରେ ଆଉ କୋଭିଡ୍ ବୁଷ୍ଟର ଡୋଜ୍ ମାଗଣାରେ ମିଳିବ ନାହିଁ ! ଗତକାଲି ଥିଲା ମାଗଣା କୋଭିଡ୍ ବୁଷ୍ଟର ଡୋଜ୍ ର ଡେଡ୍-ଲାଇନ୍ ଡେଟ୍ । ତେଣୁ ଏଭଳି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଏଭଳି କସରତ । ଟାଙ୍ଗୀ ସରକାରୀ ଡାକ୍ତରଖାନାର ଚତୁପାର୍ଶ୍ୱରେ ଥିବା ଆଖପାଖ ଅଞ୍ଚଳର ଶହ ଶହ ଲୋକମାନେ ଟାଙ୍ଗୀ ଡାକ୍ତରଖାନା ପରିସରରେ ଏପରି ଭିଡ ଜମାଇଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଟାଙ୍ଗୀ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

Exit mobile version