Site icon Awaj Media

ଗଜପତି ଜିଲ୍ଲା ପ୍ରଶାସନ ର ମହାନତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା 2022 ରେ ଭାଗ ନେଇ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଅଡ଼ବା ଗ୍ରାମ ମୋହନା ବ୍ଳକର ଛାତ୍ରୀ ସୁଶ୍ରୀ ଇତିଶ୍ରୀ ପଣ୍ଡାଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଦେଇ ସମ୍ମାନୀତ କରିଛନ୍ତି । ଉକ୍ତ ଛାତ୍ରୀଟିର ବାପା କୃଷ୍ଣଚନ୍ଦ୍ର ପଣ୍ଡା ଜଣେ ପରିବା ବ୍ୟବସାୟୀ ହୋଇ ଥିବା ବେଳେ ଝିଅଟିର ଏହି କୃତିତ୍ବ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି ।ଜିଲ୍ଲାପାଳ ଇତିଶ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ରାଜ୍ୟ ଓ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣିବା କଥା କହି ଉତ୍ସ।ହିତ କରିଥିଲେ । ଉକ୍ତ ସହାୟତା ରାଶୀ ପ୍ରଦାନରେ ଏଚ.ଡି.ଏଫ.ସି ବ୍ୟାଙ୍କ ଏବଂ ଆଇ.ସି. ଆଇ.ସି.ଆଇ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖା ସହଯୋଗ କରିଥିଲେ । ତତ ସହିତ ମୋହନା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବେଚ୍ଛାକୃତ ଭାବେ ନିରୀହ ଏବଂ ଗରିବ ଭିନ୍ନକ୍ଷମ ଲୋକଙ୍କ ସେବକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଶ୍ରୀଯୁକ୍ତ ନାୟକଙ୍କ ମହାନତା ଯେ ସେ ଡାକ୍ତରଖାନାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ର ଚିକିତ୍ସା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା ଯାହା ଆବଶ୍ୟକ ହୁଏ ସେ ସବୁ ଯୋଗାଇ ବ୍ୟକ୍ତି ଜଣକୁ ନୂତନ ଜୀବନ ଦେବାରେ ସହାୟକ ହୁଅନ୍ତି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରି, ପାରଳାଖେମୁଣ୍ଡି ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଏଚ.ଡି.ଏଫ.ସି ବ୍ୟାଙ୍କ, ପାରଳାଖେମୁଣ୍ଡି ଶାଖା ର ପରିଚାଳକ ସୁବ୍ରତ ଚୌଧୁରୀ, ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖା ର ପରିଚାଳକ ଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Exit mobile version