Site icon Awaj Media

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ଜନ ଶୁଣାଣୀକୁ ବିରୋଧ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା ପାରାଦୀପ ସ୍ଥିତ କଲ୍ୟାଣ ମଣ୍ଡପ ସମୁଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ପକ୍ଷରୁ ଆୟୋଜିତ ଜନଶୁଣାଣୀକୁ ବିରୋଧ । ଆର୍ସେଲର ମିତ୍ତଲ୍ ନିଷ୍ପନ୍ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ଦ୍ବାରା ପ୍ରସ୍ତାବିତ ଓଡିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ଠାରେ ଅବସ୍ଥିତ ମହାନଦୀ ଉପରେ ବାର୍ଷିକ ୪.୫ ନିୟୁତ ଟନ୍‌ ସାମଗ୍ରୀ ପରିଚାଳନା ନିୟନ୍ତ୍ରଣ କ୍ଷମତା ବିଶିଷ୍ଟ ନିଜ୍ବସ ନଦୀୟ ଘାଟର ବିକାଶ କରିବା ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ସର୍ବସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଥିଲା । ମହାନଦୀ ଉପରେ ନିଜସ୍ୱ ଜେଟି କରିବ ଆର୍ସେଲର ମିତ୍ତଲ, ଜଳପଥରେ ମାଲ୍ ଆମଦାନୀ ଓ ରପ୍ତାନୀ କରିବା ସହ ନିର୍ମାଣ ରେ ଖର୍ଚ୍ଚ ହେବ ଏକ ଲକ୍ଷ ସତାବନ କୋଟି । ନିର୍ମାଣ ଦ୍ଵାରା କମ ଖର୍ଚ୍ଚ ହେବା ସହ ପରିବେଶ ପ୍ରଦୂଷିତ ହେବନାହିଁ ।ତେବେ ଏହି ଜନଶୁଣାଣୀ କୁ ଜୋରଦାର ବିରୋଧ କରାଯିବା ଦେଖିବାକୁ ମିଳିଥିଲା । କିଛି ଗ୍ରାମବାସୀ ଙ୍କ ଅଭିଯୋଗ ଯେ କମ୍ପାନୀ ରେ ଜମି ହରାଇଥିବା ପରିବାର କୁ ନିଯୁକ୍ତି , ବିସ୍ଥାପିତ ହେଉଥିବା ପରିବାରକୁ ଥଇଥାନ ନକରି ପାରାଦୀପ ରେ ଜନଶୁଣାଣୀ କରୁଥିବାରୁ ଏହାକୁ ବିରୋଧ କରାଯାଇଥିଲା । ଏହି ଜନ ଶୁଣାଣୀ ରେ କିଛି ଲୋକେ କମ୍ପାନୀ ସପକ୍ଷରେ ମତ ରଖିଥିବା ବେଳେ କିଛି ବିରୋଧରେ ନିଜର ମତ ରଖିଥିଲେ । ତେବେ ନିଯୁକ୍ତି, ବିସ୍ଥାପିତ, ଥଇଥାନ ଓ ପରିବେଶ କୁ ନେଇ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ବିରୋଧ କରିଥିଲେ କିଛି ସ୍ଥାନୀୟ ଗ୍ରାମବାସୀ ମାନେ । ଏଭଳିକି ସପକ୍ଷ ଓ ବିପକ୍ଷ ଙ୍କ ମଧ୍ୟରେ ଠେଲା ପେଲା ମଧ୍ୟ ଦେଖିବାକୁ ମିଳିଥିଲା । ଘଟଣାରେ ନୂଆଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ସମେତ ତିନିଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି | ପରସ୍ପର ଭିତରେ ଠେଲା ପେଲା ହେବା ଦ୍ଵାରା ଉତ୍ତେଜନା ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Exit mobile version