Site icon Awaj Media

ବାଣପୁର ନେହେରୁ ସେବାସଂଘ କନକ ଭବନ ଠାରେ ଗୋଦାବରୀଶ ମହାପାତ୍ର ଙ୍କ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ନେହେରୁ ସେବାସଂଘ କନକ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକଲ୍ୟରେ ଗୋଦାବରୀଶ ମହାପାତ୍ର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ! ଓଡିଶାର ପ୍ରତିଷ୍ଠିତ କବି ଗାଳ୍ପିକ ତଥା ପ୍ରସିଦ୍ଧ ସମାଲୋଚନା ପତ୍ରିକା ନିଆଁଖୁଣ୍ଟାର ସମ୍ପାଦକ ଗୋଦାବରୀଶ ମହାପାତ୍ର ଙ୍କ ଜୟନ୍ତୀ ସମାରୋହ , କବି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ଶର୍ମିଷ୍ଠା ମହାପାତ୍ର ଓ ଅଧ୍ୟକ୍ଷା ନମିତା ଦାଶ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ରନାଥ ମାନସିଂହ, କବି ସଂଗ୍ରାମ କେଶରୀ ସାହୁ, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଗବେଷକ ମଦନ ମୋହନ ମହାପାତ୍ର ଯୋଗ ଦେଇଥିବା ବେଳେ ଚିଲିକା ସାହିତ୍ୟ ସମାଜର ବହୁ ସଦସ୍ୟ ଗୋଦାବରୀଶ ମହାପାତ୍ରଙ୍କ ରଚିତ କବିତା ପାଠ କରିଥିଲେ ।

Exit mobile version