Site icon Awaj Media

ଆନନ୍ଦ ଉଲ୍ଲାସରେ ଆରମ୍ଭ ହେଲା ଦୁର୍ଗା ପୂଜା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ, ଏବେ ସ୍ଵାଭାବିକ ହୋଇଛି ଜୀଵନ ଯାତ୍ରା ! ପୁଣି ଧୁମ୍ ଧଡକାରେ ପାଳନ ହେଉଛି ଐତିହାସିକ ଦୁର୍ଗା ପୂଜା ଉତ୍ସବ ! ସୁସଜ୍ଜିତ ଲାଇଟ୍, ତୋରଣ ଓ ମୃଣ୍ମୟୀ ମୂର୍ତ୍ତିରେ ତାରକସୀ କାମର ଝଲକ ପୁଣି ଥରେ ଭକ୍ତ ମାନେ ଉପଭୋଗ କରିବେ ! ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ ପାଳନ ହେବ ଭାଇଚାରାର ପର୍ବ ଦଶହରା ! ଏହି ଅବସରର ଶିରିଡ଼ି ସାଇ ମିନା ବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦଶହରା ପର୍ବକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଖାନନଗର ପୂଜା କମିଟି ଓ ଖାନନଗର ଯୁବକ ସଂଘ ସହଯୋଗରେ ଏହି ମିନା ବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବର୍ଷାକୁ ଖାତିର ନକରି ଦର୍ଶକ ମାନେ କଟକ ତଥା ଅନ୍ୟ ଜିଲ୍ଲାର ଦର୍ଶକ ମାନେ ଏହି ମିନା ବଜାରକୁ ଯାଇ ମନୋରଞ୍ଜନ କରିଥଲେ । ବିଭିନ୍ନ ପ୍ରକାର ଦୋଳି ସହିତ, ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଓ ଘରକରଣା ଜିନିଷ କିଣିବାକୁ ପହଞ୍ଚି ଥିଲେ ଲୋକେ । ଆଜି ପବିତ୍ର ଷଷ୍ଠୀ ପୂଜା ଅବସରରେ ଏହି ମିନା ବଜାରକୁ ସ୍ଥାନୀୟ ପୂଜା କମିଟି ସଭପତି ଓ କର୍ପୋରେଟର ଉଦଘାଟନ କରିଥିଲେ ! ଏହି ମେଳା ଦୀର୍ଘ ଦଶ ଦିନ ଚାଲିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି ।

Exit mobile version