Site icon Awaj Media

ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାମାଜିକ ସଂଗଠନ ତରଫରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ ! କଟକ ଜିଲ୍ଲାର ଅଗ୍ରଣୀ ସଂଗଠନ ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ 42 ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କୁ ସମ୍ବର୍ଦ୍ଧନା ସହ ଦାୟଦ ପ୍ରମାଣ ପତ୍ରରେ ମହିଳାଙ୍କ ନାମ କାଟୁଥିବା ଦଲାଲ୍ ଙ୍କୁ ଦମନ, ପୂଜାମଣ୍ଡପ ର ପରିସର ଅଞ୍ଚଳରେ ନିଶା ନିବାରଣ , ମୁଖ୍ୟ ବଜାର ଗୁଡିକରେ ସିସିଟିଭି କ୍ୟାମେରା ଓ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ! ଦାବିପତ୍ର ପ୍ରଦାନ ସମୟରେ ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡା, ଭାଗବତ ପତି ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Exit mobile version