Site icon Awaj Media

ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଉପକରଣ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବେତାଗୁଡା ପୁଲିସ ପଡିଆ ଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଉପକରଣ ବଣ୍ଟନ ! ଆଜି ହାଇଟେକ ଗୃପ ତରଫରୁ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ T-Shirts ଏବଂ Shoes ଗଜପତି ଜିଲ୍ଲା D.E.O ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ହାଇଟେକ ଗୃପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରହୀ, ବିଜେଡ଼ି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓଙ୍କ ଉପସ୍ଥିତ ରହି ଉପକରଣ ବଣ୍ଟନ କରିଥିଲେ । ଏହି ଅବସରରେ ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ଜିଲ୍ଲା ପରିଷଦ ସଦସ୍ୟ ଶାସନମ ବାଳରାଜୁ , ରାଜୁ ବେହେରା ଏବଂ ବିଜେଡ଼ି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।

Exit mobile version