Site icon Awaj Media

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ! ଗଜପତି ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ , ଅଧକ୍ଷା ପୌର ପରିଷଦ ପାରଳାଖମୁଣ୍ଡି ଶ୍ରୀମତୀ ନିର୍ମଳା ସେଠୀ, ଉପାଧ୍ୟକ୍ଷ ପୌର ପରିଷଦ ଲେଙ୍କା ମଧୁ , ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ,ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ନିର୍ବାହୀ ଅଧିକାରୀ – ପାରଳାଖେମୁଣ୍ଡି ଜୁବୁଲି ଚରଣ ବେହେରା ମଞ୍ଚାସିନ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଦୁଇ ଗୋଟି ନାମ ପଞ୍ଜୀକରଣ ପ୍ରକୋଷ୍ଠ ଖୋଲାଯାଇ ପୁରୁଷ – ୧୪୮, ମହିଳା ୧୫୭ ମୋଟ ୩୦୫ ଜଣଙ୍କର ନାମ ପଞ୍ଜୀକରଣ କରଯାଇଥିଲା । ମଞ୍ଚାସୀନ ଅତିଥି ମାନେ ପୁଷ୍ପଗୁଚ୍ଛ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କରିଥିଲେ । ଏଠାରେ ୮ ଗୋଟି ପ୍ରକୋଷ୍ଠ ରୁ ୫ ଗୋଟି ଚିକିତ୍ସା ଅଧିକାରୀ ମାନଙ୍କ ନିମନ୍ତେ ଓ ତିନୋଟି ଔଷଧ Pathology & Physiotherapy ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ନିରାମୟ ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା । ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ରହିଅଛି ତାହା ଅତି ପ୍ରାଞ୍ଜଳ ଭାବରେ ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ୧୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version