Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୧୩୨ ତମ ସାପ୍ତାହିକ କରୋନା ସଚେତନତା , କିଟ୍ ଓ ରିଲିଫ ବଣ୍ଟନ ସହ ଗାନ୍ଧୀ ଜୟନ୍ତୀ ପାଳନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ଦୀର୍ଘ ୯୨୫ ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଚାଲୁ ରହିଛି କରୋନା ସଚେତନତା ସହ କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ l ଏହି ପରିପ୍ରେକ୍ଷିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଦିନ ସଂଖ୍ୟା ୯୧୮ ରୁ ଦିନ ସଂଖ୍ୟା ୯୨୪ ପର୍ଯ୍ୟନ୍ତ ସାତ ଦିନ ଧରି ( ୧୩୨ତମ ସପ୍ତାହରେ ) ଯାଜପୁର ଜିଲ୍ଲାର ବାବଲପୁର ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା l ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଶ୍ରୀକାନ୍ତ ମଲ୍ଲିକ ଆଦିଙ୍କ ନେତୃତ୍ୱରେ ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବସ୍ତି ଅଞ୍ଚଳ ମାନଙ୍କରେ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଳୋବ୍ସ , ବ୍ଲିଚିଂ,ଡେଟଲ , ଫିନାଇଲ ସହ କମ୍ବଳ, ବସ୍ତ୍ର, ମଶାରୀ, ଶୁଖିଲା ଓ ରନ୍ଧା ଖାଦ୍ୟ ଆଦି ବଣ୍ଟନ ‌କରାଯାଇଥିବାର ଦେଖିବାକୁ ମିଳିଥିଲା ‌।

ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ପ୍ରତି ୨୫ ଦିନରେ ସମୀକ୍ଷା କରାଯାଉଥିବା ବେଳେ , ୯୨୫ ତମ ଦିବସର ୩୭ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକକୁ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର ପରିଚାଳନା କରିଥିଲେ । ଏଥିରେ ସମୀକ୍ଷକ ଭାବରେ ସମାଜସେବୀ ଶ୍ରୀକୃଷ୍ଣ ପାତ୍ର, କଳାକାର ଶଶୀକାନ୍ତ ପଣ୍ଡା, ଦୀପକ ଜେନା, ବୈଶାଖୀ ଜେନା, ବର୍ଷାରାଣୀ ଜେନା, ଜ୍ୟୋତ୍ସ୍ନା ରାଣୀ ବେହେରା, ବର୍ଷାରାଣୀ ମାଝୀ ଆଦି ଯୋଗଦାନ କରିଥିଲେ । ଏଯାଏ ସମଗ୍ର ପୃଥିବୀରୁ ମହାମାରୀ କରୋନାର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନଥିବା ବେଳେ ଗରିବ, ଅସହାୟ, ବୁଭୁକ୍ଷୁ, ଦିବ୍ୟାଙ୍ଗ ଆଦି ସେମାନଙ୍କର ଅଣ୍ଟା ସଳଖି ପାରି ନାହାନ୍ତି । ଏଣୁ ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବା ପର୍ଯ୍ୟନ୍ତ ଏହି ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସମୀକ୍ଷକ ମାନେ ମତବ୍ୟକ୍ତ କରିଥିଲେ । ଏହାସହ ଲୋକ ମାନଙ୍କୁ ପ୍ରିକସନ ଟୀକା ନେବାପାଇଁ ବହୁ ମାତ୍ରାରେ ସଚେତନତା ସହ ଆଗ୍ରହ ସୃଷ୍ଟି କରାଇବା ନିମନ୍ତେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମଗ୍ର ବିଶ୍ୱରୁ ମହାମାରୀର ବିଲୋପ ନିମନ୍ତେ‌ ହିନ୍ଦୁ ସଂସ୍କୃତିର ଆରାଧ୍ୟା ଦେବୀ ଜଗତଜନନୀ ମାଆ ଦୁର୍ଗାଙ୍କ ପୀଠ ମାନଙ୍କରେ ସପ୍ତମୀ ବିହିତ ପୂଜା ସହ ସାମୁହିକ ଦୀପ ଦାନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଗାନ୍ଧି ଜୟନ୍ତୀ ପାଳନ ସହ ” ଦି ଗାନ୍ଧିଆନ ଫିଲୋସଫି ଇନ ଇଣ୍ଡିଆନ ଥିଓସଫି ଆଣ୍ଡ କଲଚର” ସମ୍ପର୍କରେ ସାରଗର୍ଭକ ଆଲୋଚନା କରାଯାଇଥିଲା l

Exit mobile version