Site icon Awaj Media

ଅହିଂସା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲା ନୟାଗଡ ଜିଲ୍ଲାର ପବିତ୍ର ମାଟି ଓ ଜଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପବିତ୍ର ଗାନ୍ଧୀ ଜୟନ୍ତୀ ରେ ରାଜ୍ୟ ଲୋକ ସେବାଭବନ ପରିସରରେ ଅଂହିସା ବୃକ୍ଷ ରୋପଣ କରାଯାଇଛି l ଏଥିପାଇଁ ଓଡିଶାର ତିରିଶଟି ଜିଲ୍ଲାରୁ ପବିତ୍ର ଜଳ, ପବିତ୍ର ମାଟି ସଂଗ୍ରହ ହୋଇ ଆସିଥିଲା , ତାହାକୁ ବ୍ୟବହାର କରାଯାଇ ଅଂହିସା ବୃକ୍ଷ ରୋପଣ କରାଯାଇଛି l ଜାତିର ପିତା ମହାତ୍ମା ଗାନ୍ଧୀ ଓଡିଶାର ଯେଉଁ ଜିଲ୍ଲା ଓ ବ୍ଲକକୁ ଆସିଥିଲେ l ସେହି ଗ୍ରାମ ଓ ସହରର ପବିତ୍ର ମାଟି ଓ ଜଳ ଏବଂ ଯେଉଁ ଜିଲ୍ଲାକୁ ଯାଇ ପାରିନାହାନ୍ତି , ସେହି ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ପାଖ ନଦୀ ଓ ଇଂରେଜ ଶାସନ ସମୟରେ ଦେଶପାଇଁ ସହିଦ ହୋଇଥିବା ବ୍ୟକ୍ତିଙ୍କ ଗ୍ରାମର ପବିତ୍ର ମାଟି ଦ୍ୱାରା ବୃକ୍ଷ ରୋପଣ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ l ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବ ପୀଠ ପାଖ ମହାନଦୀରୁ ପବିତ୍ର ପାଣି ଏବଂ ନୁଆଗାଁ ବ୍ଲକ ଥୁଆବାରୀ ସହିଦ ଗ୍ରାମର ପବିତ୍ର ମାଟି ଜିଲ୍ଲାପାଳ କାର୍ଯ୍ୟଳୟକୁ ଅଣା ଯାଇଥିଲା l ସେଠାରେ ଜିଲ୍ଲାପାଳ ଡ଼.ପୋମା ଟୁଡୁ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ପ୍ରଧାନ , ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା-ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା, ସହ ଜିଲ୍ଲାପାଳ ଆୟୁଷି ମହାପାତ୍ର, ଶୁଭସ୍ନିଗ୍ଧା ସେଠି, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ରହି କଳସରେ ରଖା ଯାଇଥିବା ପବିତ୍ର ପାଣି ଓ ମାଟି ଜିଲ୍ଲାପାଳଙ୍କ ଦ୍ୱାରା ଲୋକ ସୂଚନା ସମ୍ପର୍କ ଅଧିକାରୀ ଶ୍ରୀ ସାହୁଙ୍କୁ ପ୍ରଦାନ କରା ଯାଇଥିଲା l ଯେଉଁ ଗାଡ଼ିରେ ପବିତ୍ର ମାଟି ଓ ପାଣି ରାଜଧାନୀ ନିଆଗଲା , ଜିଲ୍ଲାପାଳ ଡ଼ ଟୁଡୁ ପତାକା ଦେଖାଇ ତାହାକୁ ବିଦାୟ ଦେଇଥିଲେ l

Exit mobile version